କେନ୍ଦୁଝରରୁ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ,ପିସ୍ତଲ ଓ ସୁନାଗହଣା ଜବତ

Published By : Prameya-News7 Bureau | April 27, 2024 IST

କେନ୍ଦୁଝର ୨୭/୪: କେନ୍ଦୁଝର ପୋଲିସକୁ ସଫଳତା । ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦାଶରଥି ଧୀବର ଗିରଫ । ତା ନିକଟରୁ ପିସ୍ତଲ,ବୋଲେରୋ,ମୋଟରସାଇକେଲ ସହ ଛୁରି,୧୪ଟି ସୁନା ଲକେଟ ଓ ରୁପା ଗହଣା ଜବତ । ଦାଶରଥି ନାଁରେ କେନ୍ଦୁଝର ୪ଟି ଜିଲ୍ଲାରେ ୨୮ଟି କେସ ଅଛି । 

ଗତ ୨୦୨୩ ଅକ୍ଟୋବର ୧୯ରେ ଦାଶରଥି ଧୀବର ସହ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ବପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ଗୁଳି ଫୁଟାଇ ସଟର ଭାଙ୍ଗି ୪ଲକ୍ଷ ଟଙ୍କା , ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ । ଏହି ମାମଲାରେ ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ୫ ଜଣକୁ ଗିରଫ କରିଥିଲା । ପୋଲିସକୁ ଚକମା ଦେଇ ଦାଶରଥୀ ଘଟଣାସ୍ଥଳରୁ ଖସିଯାଇଥିଲା । କେନ୍ଦୁଝର ଏସପିଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଦାଶରଥୀକୁ ଗିରଫ କରିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.