LIVE TV

ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ, କାର୍ଯ୍ୟକାରୀ ହେବ ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା

NEWS7
HOUSE

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା ୨୦୨୫କୁ କାର୍ଯ୍ୟକାରୀ କରିବାକୁ ପର୍ଯ୍ୟଟନ ବିଭାଗର ଅନ୍ୟ ବିଭାଗକୁ ନିର୍ଦେଶ । ହୋମ ଷ୍ଟେ ପ୍ରତିଷ୍ଠା ପାଇଁ ଅଢେଇ ଲକ୍ଷରୁ ଦଶ ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦେବେ ସରକାର । ଗ୍ରାମାଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହିତ ଗାଁ ଲୋକମାନେ ରୋଜଗାରକ୍ଷମ ହୋଇପାରିବେ ।

ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନୂଆ ପଦକ୍ଷେପ । କାର୍ଯ୍ୟକାରୀ ହେବ ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା ୨୦୨୫ । ଯୋଜନା ପାଇଁ ୨୦୨୫ରୁ ୨୦୩୦, ଅର୍ଥାତ୍ ୫ ଆର୍ଥିକ ବର୍ଷ ଲାଗି ୫୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ଓଡ଼ିଶାର ଗ୍ରାମୀଣ ଏବଂ କମ ଜଣାଶୁଣା ପର୍ଯ୍ୟଟନସ୍ଥଳୀରେ ହୋମଷ୍ଟେ ରହଣୀକୁ ପ୍ରୋତ୍ସାହିତ କରିବା ଯୋଜନାର ଉଦ୍ଦେଶ୍ୟ । ଏହାଦ୍ହାରା ପର୍ଯ୍ୟଟନରେ ଗ୍ରାମାଞ୍ଚଳ ଲୋକଙ୍କ ଭାଗିଦାରୀ ବଢିବ, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବ । ପର୍ଯ୍ୟଟକମାନେ ସ୍ଥାନୀୟ ସଂସ୍କୃତି ସଂପପର୍କରେ ଜାଣିବା ସହ ଗ୍ରାମୀଣ ଅନଭୂତି ପାଇପାରିବେ । ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ହୋମେ ଷ୍ଟେ’ରେ ୧୮୦୦ ଶଯ୍ୟା ପାଇଁ ଯୋଜନା ରହିଛି । ନୂତନ ଗୃହ ନିବାସ ୟୁନିଟ୍ ନିର୍ମାଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ । ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଏନେଇ ବିଭିନ୍ନ ବିଭାଗଗୁଡ଼ିକୁ ଚିଠି ଲେଖିଛନ୍ତି ।

ହୋମେ ଷ୍ଟେ ଯୋଜନାରେ କେଉଁମାନେ ସାମିଲ ହୋଇପାରିବେ ? ଗ୍ରାପଞ୍ଚାୟତର ଯେକୌଣସି ବାସିନ୍ଦା, ୧୮ବର୍ଷରୁ ଅଧିକ ବୟସର ହୋଇଥିବା । ବୈଧ ପରିଚୟ ପତ୍ର ଥିବ । ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ନଥିବେ ସରକାରୀ କର୍ମଚାରୀ ହୋଇନଥିବେ । ଆବେଦନକାରୀଙ୍କର ଜମି ମାଲିକାନା ନେଇ ବୈଧ ଲିଜ୍ ବା ଚୁକ୍ତିନାମା ରହିଥିବ । ପ୍ରତ୍ୟେକ ଯୋଗ୍ୟ ହୋମଷ୍ଟେ ଆବେଦନକାରୀ, ଜମିର ମୂଲ୍ୟ ବାଦ ଦେଇ ସ୍ଥାୟୀ ପୁଞ୍ଜି ନିବେଶର ୫୦ ପ୍ରତିଶତ ପର୍ଯ୍ୟନ୍ତ ଏକକାଳୀନ ଆର୍ଥିକ ପ୍ରୋତ୍ସାହନ ପାଇପାରିବେ ଗୋଟିଏ କଠୋରୀ ପିଛା ଅଢେଇ ଲକ୍ଷ ଟଙ୍କା ହିସାବରେ ସର୍ବାଧିକ ୪ଟି ହୋମଷ୍ଟେ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପାଇବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ।

ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଦ୍ୱାରା ହୋମଷ୍ଟେ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରହିବ ଦୁଇଟି କମିଟି, ରାଜ୍ୟ ସ୍ତରରେ ରାଜ୍ୟସ୍ତରୀୟ ହୋମଷ୍ଟେ କମିଟି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ହୋମଷ୍ଟେ କମିଟି ଗଠନ ହେବ ।