ଭୁବନେଶ୍ବର ୫।୧୨: ମନ୍ଦିରରୁ ମୂର୍ତ୍ତି ଚୋରି କ୍ଷେତ୍ରରେ ବିଶ୍ୱସ୍ତରରେ ଓଡ଼ିଶାର ଛବି ବହୁତ ଖରାପ । ଗୃହରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ପ୍ରାଚୀନ ମୂର୍ତ୍ତି ଯେବେ ବନ୍ଦରରୁ ଧରା ପଡୁଛି, ତାକୁ ଓଡ଼ିଶା ନିଜର କହିବାକୁ ଦାବି ବି କରିପାରୁନି । କାରଣ ଏହାର ଡକ୍ୟୁମେଣ୍ଟେସନ, ଡିଜିଟାଲ ଫୁଟପ୍ରିଣ୍ଟ ଚିହ୍ନଟ ହେବା ଆବଶ୍ୟକ । ଏଥିପାଇଁ ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ୨୬ ଅକ୍ଟୋବରରେ ସେଣ୍ଟର ଫର ହେରିଟେଜ ଷ୍ଟାଡିଜ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଛି । ଏହା ୪ ହଜାରରୁ ଅଧିକ ଅଣ ସଂରକ୍ଷିତ କୀର୍ତ୍ତିରାଜ ଚିହ୍ନଟ ଓ ଗବେଷଣା କରିବ । ଏ କାମ ୩ ବର୍ଷରେ ସରିବ । ଏହି କାମରେ ପ୍ରତ୍ନତତ୍ତ୍ୱ ବିଦ୍ୱାନ, ଗବେଷକ, ସର୍ଭେୟରଙ୍କ ସମେତ ଆନ୍ଥ୍ରୋପୋଲୋଜି, ଆର୍କିଓଲୋଜି, ମିୟୁଜିଓଲୋଜି, ଇତିହାସ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣ ଭାବେ ନିୟୋଜିତ ହେବେ । ଗୃହରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।