ଭିଜାଇଲା କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ଆଶ୍ବସ୍ତି

Published By : Prameya-News7 Bureau | May 06, 2024 IST

ଭୁବନେଶ୍ବର ୬।୫: କାଳବୈଶାଖୀ ଆଣିଲା ଆଶ୍ବସ୍ତି । ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ଘଡଘଡି, ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଛି । ଟ୍ବିନ୍ ସିଟିରେ ଘଡଘଡ, ପବନ ସହ ବର୍ଷା ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ବର୍ଷା । ଖଣ୍ଡଗିରିରେ ଆଜବେଷ୍ଟସ ଉଡିଯିବା ସହ ଗଛ ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିଲା ତାପମାତ୍ରା । ତାତିରେ ସନ୍ତୁଳି ହେଉଥିଲେ ରାଜ୍ୟବାସୀ । 

ସେପଟେ ଆଜିଠୁ ବଦଳିବା ସହ ବର୍ଷାକୁ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ  ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୋମବାର ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଥିଲେ ଯେ, ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ମଙ୍ଗଳବାର ଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ବର୍ଷା କାରଣରୁ ସମଗ୍ର ଓଡ଼ିଶାରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସର୍ବାଧିକ ଦିନ ଧରି ଚଳିତ ଥର ଗ୍ରୀଷ୍ମ ଲହରୀ ଜାରି ରହିଥିଲା । ଆଗରୁ ଥରେ ଦୁଇ ଥର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କତା ଦିଆଯାଇଛି । ନିର୍ବାଚନ ସମୟରେ ମଧ୍ୟ ପାଗ ଅନୁକୂଳ ରହିପାରେ । ୬ ଜିଲ୍ଲାକୁ ବର୍ଷା ନେଇ ୭ରୁ ୧୦  ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ଆଗାମୀ ୫ ଦିନ ପାଇଁ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

You Can Read :

ରାୟଗଡା ଜିଲ୍ଲା କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ସଭାପତି ବିଜୟ ଗମାଙ୍ଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.