ରାଜ୍ୟରେ ପୁଣି କଲବଲ କରିବ ତାତି; ପାରଦ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା

Published By : Prameya-News7 Bureau | May 17, 2024 IST

ଭୁବନେଶ୍ୱର,୧୭/୦୫: ରାଜ୍ୟରେ ପୁଣି ଲେଉଟିବ ତାତି । ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଗରମ ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଛି । ତାହା ଆସିବା ପରେ ବଙ୍ଗୋପସାଗରରେ ପହଞ୍ଚୁଛି । ଫଳରେ ଆସନ୍ତା ୩ରୁ ୪ଦିନ ତାପମାତ୍ରା କ୍ରମଶଃ ବଢିବ ବୋଲି ପାଣିପାଗ ବିଭାଗ କହିଛି । 

ଏହାର ପ୍ରଭାବ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ସିଧାସଳଖ ପଡିବ । ୧୮ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଆଦି ସ୍ଥାନରେ ଗ୍ରୀଷ୍ମପ୍ରବାହ ରହିପାରେ । ୧୯ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ ।  ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି । ଏହିସବୁ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିବ । କଟକ-ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ରହିବା ସହିତ କାଳବୈଶାଖୀର ସମ୍ଭାବନା ରହିଛି ।

  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.