ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ପବନ କମ୍‍ ଅଧିକ ବର୍ଷା ହେବାର ସମ୍ଭାବନା

Published By : Prameya-News7 Bureau | May 19, 2024 IST

ଭୁବନେଶ୍ୱର ୧୯।୦୫ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏବେ ଅବପାତର ରୂପ ନେଇପାରେ ଏବେ ସୁଦ୍ଧା ଏତିକି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରାଥମିକ ସ୍ତରରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଥିଲେ ମଧ୍ୟ ଅବପାତର ଗତିପଥ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। 

ତେବେ ଅନ୍ତର୍ଜାତୀୟ ପାଣିପାଗ ମଡେଲର ପୂର୍ବାନୁମାନ ଅନୁଯାୟୀ, ଏହା ବାତ୍ୟାର ରୂପ ନେଇପାରେ । ଏମିତି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ GFX ଏବଂ ECMWF ମଡେଲ୍ ପ୍ରାକ୍ ପୂର୍ବାନୁମାନ କରିଛି, ସମ୍ଭବତଃ ଆସନ୍ତା ୨୫ କିମ୍ବା ୨୬ ତାରିଖ ବେଳକୁ ଏହା ଛୋଟ ବାତ୍ୟା କିମ୍ବା ଗଭୀର ଅବପାତର ରୂପ ନେଇପାରେ । ଏଥିରେ ପବନ କମ୍‍ ଅଧିକ ବର୍ଷା ଅଜାଡ଼ିପାରେ । ଯଦି ଆକଳନ ସତ ହୁଏ ତେବେ ତୃତୀୟ ପର୍ଯ୍ୟାୟ ଭୋଟ୍ ୨୫ ତାରିଖ ଦିନ ବଡ଼ ବର୍ଷା ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । ସମୁଦ୍ର ଜଳପତନ ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ରହୁଛି । ସାଧାରଣତଃ ସମୁଦ୍ର ଜଳପତନ ତାପମାତ୍ରା ୨୬ ଡିଗ୍ରୀ ଡେଇଁଲେ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ପରିବେଶ ହୋଇଥାଏ ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.