ସ୍ବାତୀ ମାଲିଓ୍ବାଲ ମାରପିଟ୍ ଘଟଣା; ବିଜେପି ଅଫିସ୍ ସମ୍ମୁଖରେ ଆପ୍ ନେତାଙ୍କ ପ୍ରଦର୍ଶନ

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ: ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ମାରପିଟ୍ ଘଟଣାକୁ ନେଇ ଘମାସାନ ଆରମ୍ଭ ହୋଇଛି । ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ମୁଖ୍ୟାଳୟକୁ ମାର୍ଚ୍ଚ-ଫାଷ୍ଟ୍ କରିଛନ୍ତି । ଆମ ଆଦର୍ମୀ ପାର୍ଟିର ବହୁ ନେତାଙ୍କ ସହିତ ବିଜେପି ଅଫିସ୍ ଅଭିମୁଖେ ପଦଯାତ୍ରା କରିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିଲେ । ହେଲେ ଦିଲ୍ଲୀ ପୋଲିସ ସ୍ଥିତିକୁ ସମ୍ଭାଳି ନେଇଥିଲା ।  

ସୂଚନା ଅନୁଯାୟୀ, ରବିବାର ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ନେଇ ପୂର୍ବରୁ ଘୋଷଣା କରିଥିଲେ ଆପ୍ ମୁଖ୍ୟ କେଜ୍ରିଓ୍ବାଲ । ଏହାକୁ ନଜରରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସେଠାରେ ପୋଲିସ୍ ମୁତୟନ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ୧୪୪  ଧାରା ଜାରି କରାଯାଇଥିଲା  । ଦିଲ୍ଲା ସେଣ୍ଟ୍ରାଲ୍ ଡିସିପି ଏମ. ହର୍ଷବର୍ଦ୍ଧନ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଏବଂ ବହୁ ସଂଖ୍ୟାରେ ଆପ୍ ନେତା ବିଜେପି କାର୍ଯ୍ୟାଳୟ ମୁହାଁ ହୋଇ ବିରୋଧ ପ୍ରଦର୍ଶନ କରିବାକୁ ଲାଗିଥିଲେ । ମାତ୍ର ପୋଲିସ କଣ୍ଟ୍ରୋଲ କରି ନେଇଥିଲା । 

ଆପ୍ ସରକାରରେ ମନ୍ତ୍ରୀ ଆତଶୀ କହିଛନ୍ତି, ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜଣକ ପରେ ଜଣେ ଆମ ଆଦାମୀ ପାର୍ଟି ନେତାଙ୍କୁ ଜେଲରେ ଭର୍ତ୍ତି କରାଉଛନ୍ତି । କାରଣ ତାଙ୍କୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଡର ଲାଗୁଛି । ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଫ୍ରି’ରେ ବିଜୁଳି ଦେଇ ପାରୁନାହାନ୍ତି, ଗରିବଙ୍କୁ ଭଲ ସ୍କୁଲ ଦେଇ ପାରୁନାହାନ୍ତି । ତେଣୁ ଆପ୍ ପାର୍ଟି ଶେଷ କରିଦେବାକୁ ବିଜେପି ଚାହୁଁଛି ବୋଲି ଆତଶୀ କହିଛନ୍ତି ।

ସେପଟେ ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍ ଘଟଣାରେ ଦିଲ୍ଲା ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ସିସିଟିଭି, ଡିଭିଡି ପ୍ଲେୟାର ଆଦିବ ଜବଦ କରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.