କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର, କହିଲେ- ବିଜେଡି ସରକାର ବିଜୁଳି ମାଗଣା ଦେବେ, ଆପଣମାନେ ଖୁସି ତ ?

Published By : Prameya-News7 Bureau | May 19, 2024 IST

କେନ୍ଦୁଝର ୧୯।୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ । ଭାଷଣ ଆରମ୍ଭରୁ ଖରାରେ ଆସିଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । 

କହିଲେ. ଆପଣମାନେ ମତେ କୁହନ୍ତୁ ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ଫାଇଭ-ଟି ସ୍କୁଲ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ବୋଲି ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପ୍ରଶ୍ନ ପରେ ଲୋକଙ୍କ ହଁ ଉତ୍ତରରେ ସଭାସ୍ଥଳ କମ୍ପିଛି । ସେପଟେ ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବେ, ଆପଣମାନେ ଖୁସି ତ ? ବୋଲି କହି ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । 


ସେହିପରି କେନ୍ଦୁଝରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି କେ ପାଣ୍ଡିଆନ୍ । କହିଛନ୍ତି କେନ୍ଦୁଝରରେ ମେଡିକାଲ କଲେଜଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ କଲେଜ, ବ୍ୟାରେଜ୍ , ମା’ ତାରିଣୀଙ୍କ ମନ୍ଦିର ଉନ୍ନତିକରଣ ସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଆଦିବସୀ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ହୃଦୟରୁ ବହୁତ ଭଲ ପାଆନ୍ତି । ଆଦିବାସୀ ପିଲାଙ୍କ ଶିକ୍ଷା ପାଇଁ ଆବାସିକ ବିଦ୍ୟାଳୟ ସହ ହଷ୍ଟେଲ ସୁବିଧା ମଧ୍ୟ କରିଛନ୍ତି, ଯାହା ଆମ ଦେଶର କୌଣସି ରାଜ୍ୟରେ ସେଠିକାର ସରକାର କରିନାହାଁନ୍ତି । ଆଦିବାସୀଙ୍କ କଳା, ସଂସ୍କୃତିର ସୁରକ୍ଷା ପାଇଁ ନୀବନ ସରକାର ଏସଡିସି ଗଠନ କରିଛନ୍ତି । ସବୁଠାରୁ ବଡ କଥା ହେଲା ବିଭିନ୍ନ ସମୟରେ ଆଦିବାସୀଙ୍କ ଉପରେ ଲାଗିଥିବା ୫୦ ହଜାରରୁ ଅଧିକ ପୋଲିସ କେସ ରଦ୍ଦ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ । ତେଣୁ ଏଥର ମଧ୍ୟ ତାଙ୍କୁ ଆଶୀର୍ବାଦ କରି ପୁଣି ମୁଖ୍ୟମନ୍ତ୍ରୀ କରିବାକୁ କେନ୍ଦୁଝରବାସୀଙ୍କୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.