ଭୁବନେଶ୍ବର ୨୫।୬: ୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଉଭୟ ବର୍ଷ ପାଇଁ ୩୨ଟି ଲେଖାଏଁ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କୃତ ହେବାକୁ ଯାଉଥିବା କଳାକାର ୭ ଜଣ ଜୁରିଙ୍କ ଦ୍ଵାରା ମନୋନୟନ ହୋଇଛନ୍ତି । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ସହ ଜୁରି ଅଧ୍ୟକ୍ଷ ପ୍ରଣବ ଦାସ ଓ ସଂସ୍କୃତି ବିଭାଗ ସଚିବ ଉପସ୍ଥିତ ।

୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ମିଳିତ ଭାବେ, ‘ପୁଷ୍କରା’, ‘ମାଇଁ ସ୍ବିଟ୍ ହାଉସ୍ ଓ୍ବାଇଫ୍

୨୦୨୩ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ - ପିନାକୀ ସିଂ

୨୦୨୩ ପାଇଁ ଶ୍ରେଷ୍ଠ ଅଭିନେତା -  ହରିହର ମହାପାତ୍ର, ‘ଭଗିଆ ଭାରିଜା’

୨୦୨୩ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ - ମିଳିତ ଭାବେ, ନୈନା ଦାସ, ସୁପ୍ରିୟା ନାୟକ

୨୦୨୪ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର - ଆଶ୍ରମ

୨୦୨୪ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ - ଅଶୋକ ପତି

୨୦୨୪ ପାଇଁ ଶ୍ରେଷ୍ଠ ଅଭିନେତା - ତନ୍ମୟ ମହାନ୍ତି (ବାବୁସାନ୍)

୨୦୨୪ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ - ଦେବଯାନୀ ବେଘୁରିଆ

୨୦୨୩ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ - ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

୨୦୨୪ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ - ନମ୍ରତା ଦାସ