ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ପାଖକୁ ଯିବେ ରାଜ୍ୟ ସରକାର । ଲୋକଙ୍କ ପାଇଁ ଏହି ଦୁଇ ବର୍ଷ କଣ କଣ କାମ କରିଛନ୍ତି ତାର ହିସାବ ରଖିବେ । ପଞ୍ଚାୟତ ସ୍ତରରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କରି ରିପୋର୍ଟ କାର୍ଡ ରଖିବେ । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ରଖିଛନ୍ତି ସରକାର । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସାମିଲ ରହିଛି । ସେହିଭଳି ଆସନ୍ତା ୩ ବର୍ଷ ରାଜ୍ୟ ସରକାର ଲୋକଙ୍କ ପାଇଁ କଣ କରିବାକୁ ଯୋଜନା ରଖିଛନ୍ତି ତାହା ମଧ୍ୟ ଜଣାଇବେ।

ଲୋକଙ୍କ ପାଖକୁ ଯାଇ ନିଜ କାମର ରିପୋର୍ଟ କାର୍ଡ ଦେବେ ସରକାର …ଜଣାଇବେ ଗତ ଦୁଇ ବର୍ଷ ମଧ୍ୟରେ କଣ କରିଛନ୍ତି …. ମୋହନ ସରକାରଙ୍କୁ ଦୁଇ ବର୍ଷ ପୂରିଛି । ତେଣୁ ଲୋକଙ୍କ ପାଖରେ ପହଞ୍ଚିବେ ସରକାର ।ପଞ୍ଚାୟତରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରି ରିପୋର୍ଟ କାର୍ଡ ରଖିବେ। ରାଜ୍ୟ ସରକାରଙ୍କ ଯୋଜନା ସଂପର୍କିତ ବିଭିନ୍ନ କ୍ଷେତ୍ରରେ ଅନେକ ବିକାଶମୂଳକ, କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ କରି ପାରିଛି |

Also Read: ତୁ ଗୋରୀ ନୁହଁ, ତୋତେ ବାହା ହେବିନି.. ପୁରୁଷ ବନ୍ଧୁଙ୍କ ଏମିତି କଥାରେ ଇଞ୍ଜେକ୍ସନ ନେଉଥିଲେ ଚନ୍ଦ୍ରିକା !

ଏହି ସଫଳତାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ତିନି ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ ଓ ବିକାଶର ରୂପରେଖ ଉପସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ | ଏବେ ନଜର ପକାନ୍ତୁ କେମିତି ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବେ ସରକାର | ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ | ଜୁନ ୧୨ ରୁ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ଜନସଂପର୍କ କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ସଚେତନତା ଶିବିର ଓ ଜନସମ୍ବାଦ ଆୟୋଜନ କରାଯିବ | ମନ୍ତ୍ରୀମାନେ ପ୍ରତ୍ୟେକ ଜିଲ୍ଲା ଗସ୍ତ କରି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ କାର୍ଯ୍ୟ ଏବଂ ଆଗାମୀ ଲକ୍ଷ ବିଷୟରେ ଲୋକଙ୍କୁ ଜଣାଇବେ |

ଜୁନ ୯ ମୁଖ୍ୟମନ୍ତ୍ରୀ ଓ ୧୨ ରେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ସଫଳତା କହିବେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଜୁନ୍ ୧୨ ଓ ୧୫ରେ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜିତ ହେବ | ମନ୍ତ୍ରୀଙ୍କ ରିପୋର୍ଟକାର୍ଡ ସମୀକ୍ଷା ସରିବା ପରେ ନିଜ ରିପୋର୍ଟ କାର୍ଡ ଧରି ଲୋକଙ୍କ ପାଖକୁ ଯିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର।

Also Read: ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ, ଜୁନ୍ ୩୦ ସୁଦ୍ଧା PSU ଗୁଡ଼ିକରେ ନିଯୁକ୍ତି ସାରିବାକୁ ଲକ୍ଷ୍ୟ

ମୟୁରଭଞ୍ଜ ରାଇରଙ୍ଗପୁରରେ ହେବ ମୋହନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିର ରାଜ୍ୟସ୍ତରୀୟ ଉତ୍ସବ | ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଲୋକାଭିମୂଖୀ ଯୋଜନାର ସଫଳତା କଥା ଲୋକଙ୍କ ପାଖରେ ରଖାଯିବ | ଏହି ଅବସରରେ କିଛି ବଡ଼ ଯୋଜନା ରାଜ୍ୟବାସୀଙ୍କୁ ଭେଟି ଦେଇ ପାରନ୍ତି ସରକାର | ସେହିପରି ଆସନ୍ତା ୨୦ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ | ଏହି କାର୍ଯ୍ୟକ୍ରମରେ ୨୫ ହଜାର କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ | ଏହାସହ ୫୦ ରୁ ଅଧିକ ପ୍ରକଳ୍ପ ଘୋଷଣା ହେବାର ସୂଚନା ରହିଛି | ଏଥିପାଇଁ ପ୍ରତ୍ୟେକ ବିଭାଗ ନିଜ ନିଜର ପ୍ରସ୍ତୁତି ଚଳାଇନ୍ତି ।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରତ୍ୟେକ ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ | ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସଚିବ ସ୍ତରୀୟ ସମୀକ୍ଷା କରିସାରିଛନ୍ତି।