ଭୁବନେଶ୍ୱର ୨୭।୦୮ : ଡବଲ ଇଂଜିନ ସରକାର ବିକାଶକୁ ଗୁରୁତ୍ବ ଦେଇଛନ୍ତି । ଦୀର୍ଘ ଦିନର ସମସ୍ୟାର ସମାଧାନ ହେଉଛି । ନୂଆକୀର୍ତ୍ତିପୂରର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ।

୧୩୭୧ ବିସ୍ଥାପିତ ପରିବାରଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ୭୫କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ପ୍ରତି ପରିବାରଙ୍କୁ ୫ଲକ୍ଷ ଟଙ୍କା ହିସାବରେ ଅତିରିକ୍ତ ସହାୟତା ପ୍ରଦାନ କରାଯାଇଛି । ଅଂଚଳର ବିକାଶ ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ଛତ୍ରପୁର ଠାରେ ୪ କୋଟି ଟଙ୍କା ଖର୍ଚ୍ଚରେ ହାଇଜେନିକ ଫିସ୍ ବଜାର ପ୍ରତିଷ୍ଠା ହେବ । ଅଗସ୍ତି ନୂଆଗାଁରେ ଫିସିଙ୍ଗ ବିଲଡିଂ ମଧ୍ୟ ସ୍ଥାପନ କରାଯିବ । ଛେଳିଗଡ଼ ଜଳ ପ୍ରକଳ୍ପ ବିସ୍ଥାପିତ ୯୬ ପରିବାରଙ୍କୁ ପଟ୍ଟା ପ୍ରଦାନ କରା ଯାଇଛି ।

Also Read:-ନେପାଳରେ ତାଣ୍ଡବ ରଚିବ ଆଉ ଏକ Flash Flood ! ଚୀନ୍‌ର ଚେତାବନୀକୁ ନେଇ ବଢ଼ିଲା ଭୟ

ସେହିପରି ଏହି ପ୍ରକଳ୍ପ ଦ୍ବାରା ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ହଜାର ହେକ୍ଟର ଜମି ଜଳ ସେଚିତ ହୋଇ ପାରିବ। ୨୨ ହଜାର କୋଟି ଟଙ୍କା ବିନିମୟରେ ବାହୁଦା ଠାରେ ୧୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ବଡ଼ ବନ୍ଦର ପ୍ରତିଷ୍ଠା ହେବ । ଗଞ୍ଜାମରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର । ୧୦୦କୋଟି ଟଙ୍କା ବ୍ୟୟରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ହେବ। ଯୁବ ଗୋଷ୍ଠୀଙ୍କ ସମସ୍ୟାର ସମାଧାନ ପାଇଁ ଆମ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ନିଯୁକ୍ତି ପାଇଁ ୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପାୟନ ପ୍ରକଳ୍ପ ପାଇଁ ନିଶ୍ଚିତ କରା ଯାଇଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।