ଭୁବନେଶ୍ୱର ୨୮।୦୯ : ବିଧାନସଭା ମୌସୁମୀ ଅଧିବେଶନ । ସୋମବାର ଅଧିବେଶନର ପଞ୍ଚମ ଦିନ । ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିପାରେ ବିଧାନସଭା । ବିରୋଧୀ ଶାସକଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ମୁହଁତୋଡ ଜବାବ ଦେବାକୁ ଶାସକ ବି ପ୍ରସ୍ତୁତ ।

ବିଧାନସଭା ମୌସୁମୀ ଅଧିବେଶନ । ଗତ ଚାରି ଦିନ ହେଲା MMDR ଏବଂ ବହି ତ୍ରୁଟି ପ୍ରସଙ୍ଗରେ ହୋହାଲ୍ଲା ଏବଂ ସରଗମର ରହିଥିଲା । ବିରୋଧୀ ସଦସ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରୁଥିବା ବେଳେ ସରକାର ମଧ୍ୟ କଡ଼ା ଜବାବ ଦେଉଛି । ଯାହାଫଳରେ ବିଧାନସଭା ସଠିକ୍‌ ଭାବେ ଚାଲିପାରୁନି । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ଗୃହରେ ଅଚଳାବସ୍ଥା ଜାରି ରହିଛି ।

Also Read:-ଆତଙ୍କବାଦୀଙ୍କୁ ଛାଡିବୁ ନାହିଁ, ଭାରତ ଆଡ଼କୁ ଆଖି ଉଠାଇଲେ ବରଦାସ୍ତ କରାଯିବନି

ଅନ୍ୟପଟେ ବିଜେପି ପକ୍ଷରୁ ଆଜି ବିଧାନସଭା ଘେରାଉ ଡାକରା ଦିଆଯାଇଛି । ଫଳରେ  ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଲାଗି ରହିପାରେ।  ସେପଟେ ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ - ସ୍ୱରାଷ୍ଟ୍ର - ସଂସଦୀୟ ବ୍ୟାପାର - ଅର୍ଥ - ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ - ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।