ଭୁବନେଶ୍ବର ୨୭।୧: ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । କମ୍ପିବ ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ୪ ଯାତ୍ରା ପେଣ୍ଡାଲରେ ୪ ପାର୍ଟି ମଞ୍ଚସ୍ଥ କରିବେ ସୁପର ହିଟ୍ ନାଟକ । ତେବେ ଚଳିତ ବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି । ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଏକାମ୍ର ବିଧାୟକ ବାବୁ ସିଂହ । ସେ କହିଛନ୍ତି, ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ବ୍ୟାନ୍ ନେଇ ପୂର୍ବରୁ ସବୁ ଯାତ୍ରା କମିଟି ସହ ଆଲୋଚନା ହୋଇଛି । ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶ୍ରୟ ନ ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି ବୋଲି କହିଛନ୍ତି ବିଧାୟକ ବାବୁ ସିଂହ କହିଛନ୍ତି । ଗତବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତା ବନ୍ଦ ହୋଇଥିଲା । ଏଥର ବି ବନ୍ଦ ରହିବ ବୋଲି ବିଧାୟକ କହିଛନ୍ତି ।