ଭୁବନେଶ୍ବର ୧୭।୧୨: ନବୀନ ନିବାସରେ ନୂଆପଡ଼ା ପରାଜୟର ପୋଷ୍ଟମର୍ଟମ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ନୂଆପଡ଼ା ଜିଲ୍ଲା ସଭାପତି, ପ୍ରାର୍ଥିନୀ ଓ ଜିଲ୍ଲା ସ୍ତରୀୟ ସମସ୍ତ ନେତୃତ୍ୱ । ନୂଆପଡ଼ା ପରାଜୟ ଓ ଆଗାମୀ ରଣନୀତି ନେଇ ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ନବୀନ । ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ କରିବା ସହ ସରକାରଙ୍କ ବିରୁଦ୍ଧରେ ତୃଣମୂଳ ସ୍ତରରେ ଲଢେଇ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।

ନୂଆପଡ଼ା ଉପ ନିର୍ବାଚନରେ ବିଜେଡିର ପରାଜୟ ପରେ ଶଙ୍ଖ ଭବନରେ ଜିଲ୍ଲାର ସମସ୍ତ ନେତୃତ୍ୱ ଓ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ । ସ୍ନେହାଙ୍ଗିନୀ କହିଛନ୍ତି, ଆଜି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ନୂଆପଡ଼ା ଜିଲ୍ଲାର ସମସ୍ତ ନେତୃବୃନ୍ଦ । ପରାଜୟ ନେଇ ବିସ୍ତୃତ ଆଲୋଚନା ହୋଇଛି । ଜିଲ୍ଲା ସଂଗଠନକୁ କିପରି ଆହୁରି ସୁଦୃଢ କରିବାକୁ ମନ୍ତ୍ର ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ସଭାପତି କହିଛନ୍ତି ବର୍ତ୍ତମାନର ସରକାରକୁ ଭୟ କରନାହିଁ । ତୃଣମୂଳ ସ୍ତରରେ ଲଢେଇ ଜାରି ରଖ । ବୁଥ୍ ରିଗିଂ କରି ବିଜେପି ବିଜୟ ହାସଲ କରିଛି । ପ୍ରଶାସନ ସାହାଯ୍ୟରେ ବୁଥ୍ ରିଗିଂ କରାଯାଇଛି । ପରାଜୟ ପରେ ବି ଆମେ ନୂଆପଡ଼ାରେ ବସିନୁ ଲୋକଙ୍କ ପାଇଁ ନୂଆପଡ଼ାରେ କାମ କରୁଛୁ । କିନ୍ତୁ ପ୍ରଶାସନ ବିଜେପିର ହାତ ବାରିସି ସାଜି କାମ କରୁଛି । ଲୋକଙ୍କ ସମସ୍ୟା ସମାଧାନ ହେଉନି । ବିଜେଡି ଅଭିଯୋଗ ଶୁଣା ଯାଉନି । ଚାଷୀଙ୍କ ଧାନ କିଣା ଯାଉନି । ନୂଆପଡ଼ା କ୍ଷେତ୍ରରେ ସରକାରଙ୍କ ଆଚରଣ ଉଚ୍ଚାରଣରେ ବଡ଼ ଫରକ ରହିଛି । ସେହି ସବୁ ବାର୍ତ୍ତାକୁ ନେଇ ଆମେ ଗାଁ ଗାଁରେ ପହଞ୍ଚେଇବୁ । ଆମ କର୍ମୀଙ୍କ ମନୋବଳ ଭାଙ୍ଗି ନାହିଁ । ଆମେ ତୃଣମୂଳ ସ୍ତରରେ ଲଢେଇକୁ ଜୋରଦାର କରିବୁ । ଏବେ ବି ୬ରୁ ୫ ଜିଲ୍ଲା ପରିଷଦ ବିଜେଡିର ରହିଛି । ଆମର ନୂଆପଡ଼ାରେ ଏବେ ବି ଦବଦବା ରହିଛି । ପଞ୍ଚାୟତ ନିର୍ବାଚନ ଇଭିଏମ୍ ନୁହେଁ ବାଲାଟ ପେପରରେ ଲୋକ ବିଜେପିକୁ ଜବାବ ଦେବେ ।  ​​​​​​​