T-20 ବିଶ୍ୱକପ୍‌ : ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା, କେନ୍‌ ଓ୍ୱିଲିୟମସନ୍‌ଙ୍କୁ କ୍ୟାପ୍‌ଟେନ୍‌ ଦାୟିତ୍ୱ

Published By : Prameya-News7 Bureau | April 29, 2024 IST

ମୁମ୍ବାଇ ୨୯।୦୪ : ଟି-୨୦ ବିଶ୍ୱକପ୍‌ ସଜବାଜ । ସବୁଦଳରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହିକ୍ରମରେ ନ୍ୟୁଜିଲାଣ୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଅଭିଜ୍ଞ କେନ୍‌ ଓ୍ୱିଲିୟମସନ୍‌ଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ତେବେ ଚୟନ ହୋଇଥିବା ଦଳରେ କେନ୍‌ ଓ୍ୱିଲିୟମସନ୍‌( ଅଧିନାୟକ) ଦାୟିତ୍ୱ , ଫିନ୍‌ ଆଲେନ୍‌, ଟ୍ରେଣ୍ଟ ବୋଲ୍ଟ, ମିଚେଲ୍‌ ବ୍ରାସେଲ୍‌, ମାର୍କ ଚମ୍ପରନ୍‌, ଡେଭନ୍‌ କନଓ୍ୱେ, ଲକି ଫର୍ଗିସନ୍‌, ମ୍ୟାଟ୍‌ ହେନେରି, ଡାରେଲ୍‌ ମିଚେଲ୍‌, ଜିମି ଆଣ୍ଡରସନ, ଗ୍ଲେନ୍‌ ଫିଲିପ୍ସ, ରଚିନ୍‌ ରବିନ୍ଦ୍ର, ମିଚେଲ୍‌ ସାଣ୍ଟନର, ଇସ୍‌ ସୋଢି, ଟିମ୍‌ ସାଉଦୀ ରହିଛନ୍ତି । 

ବିଶ୍ୱକପ୍‌ରୁ ଦୃଷ୍ଟିରେ ରଖି ବେଶ୍‌ ସନ୍ତୁଳିତ ଭାବେ ଚୟନ କରାଯାଇଛି ଟିମ୍‌ । ତେବେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ , ଯିଏ ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କରିଛି । ପୂର୍ବରୁ ଆଉ କୌଣସି ଟିମ୍‌ ଏହି ଦଳ ଘୋଷଣା କରିନାହାନ୍ତି । ନ୍ୟୁଜିଲାଣ୍ଡ ଟିମ୍‌ ନିଜର ପ୍ରଥମ ମ୍ୟାଚ୍‌ ଜୁନ୍‌ ୭ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଗ୍ରୁପ୍‌  ସିରେ ରହିଛି ନ୍ୟୁଜିଲାଣ୍ଡ ଟିମ୍‌ । 

ସୂଚନାଯୋଗ୍ୟ ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଯାଉଛି ଚଳିତ ବର୍ଷର ଟି-୨୦ ବିଶ୍ୱକପ୍‌ । ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ଯାହା ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୨୦ଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେବେ । ପ୍ରଥମ ମ୍ୟାଚ୍‌ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ । ଏହାପରେ ଜୁନ୍‌ ୨୬ ଏବଂ ୨୭ ତାରିଖରେ ଦୁଇ ସେମି ମୁକାବିଲା ଖେଳାଯିବ । 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.