ଫେଡେରେସନ କପ୍ ୨୦୨୪: ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, ଶ୍ରାବଣୀଙ୍କୁ କାଂସ୍ୟ

Published By : Prameya-News7 Bureau | May 15, 2024 IST

indiatoday

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପୁରୁଷ ଫେଡେରେସନ କପ୍ ୨୦୨୪ ଫାଇନାଲ୍‌ରେ କମାଲ କରିଛନ୍ତି ଅଲିମ୍ପିକ ବିଜେତା ନୀରଜ ଚୋପ୍ରା। ଫାଇନାଲ୍‌ରେ ନୀରଜ ୮୨.୨୭ ମିଟର ଜାଭଲିନ ଥ୍ରୋ କରି ପ୍ରତିଦ୍ୱନ୍ଦ୍ୱୀ ଡିପି ମନୁଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୁଙ୍କ ଶେଷ ଥ୍ରୋରେ ସେ ଫାଉଲ୍ ହୋଇଥିଲେ। କାରଣ ସେ ଜାଣିଥିଲେ ଯେ ତାଙ୍କର ଶେଷ ଥ୍ରୋ ଅଧିକ ଦୂର ଯିବ ନାହିଁ।  

୩ ବର୍ଷ ପରେ ନୀରଜ ଚୋପ୍ରା କୌଣସି ଘରୋଇ ଇଭେଣ୍ଟରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହାର କିଛି ଦିନ ପୂର୍ବରୁ ସେ ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ। ସେଠାରେ ସେ ୮୮.୩୬ ମିଟରରେ ଜାଭେଲିନ୍ ଥ୍ରୋ କରି ଅଲିମ୍ପିକ୍ସ ପାଇଁ ତାଙ୍କ ପ୍ରସ୍ତୁତି ମଜଭୁତ କରିଥିଲେ। ଫେଡେରେସନ୍ କପ୍‌ରେ ନୀରଜ ଡିପି ମନୁଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଡିପିଙ୍କ ଫାଇନାଲ୍ ଥ୍ରୋ ୮୨.୦୬ ମିଟର ଥିଲା।

ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କ ପ୍ରଦର୍ଶନ ମଧ୍ୟ ଢିଲା ଲାଗୁଥିଲା। ହେଲେ ତୃତୀୟ ରାଉଣ୍ଡ ପରେ ନୀରଜଙ୍କ ସର୍ବୋତ୍ତମ ଥ୍ରୋ ୮୨ ମିଟର ଥିଲା, ଅନ୍ୟପଟେ ଡିପି ମନୁଙ୍କ ସର୍ବୋତ୍ତମ ଥ୍ରୋ ୮୨.୦ତ୍ର ମିଟର ଥିଲା। କିନ୍ତୁ ଚତୁର୍ଥ ଥ୍ରୋରେ ନୀରଜ ଚୋପ୍ରା ୮୨.୨୭ ମିଟର ଜାଭଲିନ୍ ଫିଙ୍ଗିଥିଲେ। ହେଲେ ମନୁ ଏହି ଲକ୍ଷ୍ୟ ଭେଦ କରିପାରି ନଥିଲେ। 

ଏହି ମୁକାବିଲାରେ ଡି.ପି ମନୁ ରୌପ୍ୟ ପଦକ ଜିତି ଥିବା ବେଳେ ଉତ୍ତମ ପାଟିଲ ୭୮.୩୯ ମିଟର ଜାଭଲିନ  ଫିଙ୍ଗି ତୃତୀୟ ସ୍ଥାନରେ ରହିଥିବା ବେଳେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟପଟେ ଜାଭଲିନ୍‌ ତ୍ରୋରେ ଓଡ଼ିଶାର କିଶୋର ଜେନାଙ୍କ ଠାରୁ ଏକ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା, ସେ ମାତ୍ର ୭୫.୪୯ ମିଟର ପର୍ଯ୍ୟନ୍ତ ଜାଭ୍‌ଲିନ ଥ୍ରୋ କରି ପାରିଥିଲେ।

ଅନ୍ୟପଟେ ମହିଳା ବର୍ଗରେ ଦୌଡ଼ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରାବଣୀ ନନ୍ଦ ପଦକ ହାସଲ କରିଛନ୍ତି। ଶ୍ରାବଣୀ ନନ୍ଦୀ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପୁରୁଷ ବର୍ଗରେ ଅନିମେଷ ପୁଜୁରଙ୍କୁ ରୌପ୍ୟ ପଦକ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.