ଗୁରୁବାର ଦୁଲୁକିବ ରାଜଧାନୀ, ରୋଡ ସୋ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 16, 2024 IST

ଭୁବନେଶ୍ୱର,୧୬/୦୫: ଗୁରୁବାର ଦୁଲୁକିବ ରାଜଧାନୀ । ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍‌ ମେଗା ରୋଡ୍‌ ସୋ’ କରିବେ । ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍‌ ସୋ’  କରିବେ ନବୀନ । ସକାଳ ସାଢ଼େ ୯ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମାଉସୀ ମା' ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ସୋ' କରିବେ। 

ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଙ୍ଗନଗର ଛକରୁ ମେଗା ରୋଡ୍‌ ସୋରେ ବାହାରିବେ । ଏକାମ୍ରର କିଛି ଅଞ୍ଚଳ ଓ ମଧ୍ୟ ନିର୍ବାଚନମଣ୍ଡଳୀର ଏକାଧିକ ସ୍ଥାନରେ ପାୱାର ସୋ’ କରିବେ ନବୀନ । ଗୁରୁବାର  ବିଭିନ୍ନ ଛକରେ ଜନସମାବେଶକୁ  ସମ୍ବୋଧିତ କରିବେ । ନବୀନଙ୍କ ରୋଡ୍‌ ସୋ ପାଇଁ  ବ୍ୟାପକ ପ୍ରସ୍ତୁତି କରିଛି ବିଜେଡି । ଆସନ୍ତା ତିନି ଦିନ ଯାଏ ଓଡ଼ିଶାକୁ  ବିଜେପି ଓ କଂଗ୍ରେସ ହେଭିୱେଟ୍‌ଙ୍କ ସୁଅ ଛୁଟିବ । 

ସୂଚନା ଥାଉକି, ନଡ୍ଡା ବୁଧବାର ରାଜଧାନୀରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ସେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ  ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା କରିଛନ୍ତି । ଗୁରୁବାର ସକାଳେ ରାଜଧାନୀରେ ରୋଡ୍‌ ସୋ' କରିବେ । ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ  କରିବେ । ଅପରାହ୍ଣରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ  ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.