ମେ ୪ରେ ୪ ଜିଲ୍ଲାରେ ସିଏମ୍ ନବୀନ କରିବେ ମାରାଥନ୍ ପ୍ରଚାର

Published By : Prameya-News7 Bureau | May 02, 2024 IST

ଭୁବନେଶ୍ୱର: ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଦକ୍ଷିଣ ଓଡ଼ିଶାରେ ହେବାକୁ ଥିବା ଭୋଟ ପାଇଁ ସବୁ ଦଳର ପ୍ରଚାର ଜୋର । ବିଜେଡି ପାଇଁ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିବେ ପ୍ରଚାରର ମଙ୍ଗ । ଆସନ୍ତା ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଗୋଟିଏ ଦିନରେ ୪ ଜିଲ୍ଲାରେ କରିବେ ମାରାଥନ ପ୍ରଚାର । 

ମେ ୧୩ରେ ଦକ୍ଷିଣ ଓଡ଼ିଶାର ଚାରି ଲୋକସଭା କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସହ ଏହା ଅଧିନରେ ଥିବା ୨୮ ବିଧାନସଭା କ୍ଷେତ୍ରରେ ପାଇଁ ମତଦାନ ହେବ । ହାତରେ ଆଉ ୯ ଦିନ ଥିବାରୁ ସବୁ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ଏବେ ବିଭିନ୍ନ ଦଳ ନିଜର ଷ୍ଟାର ପ୍ରଚାରକଙ୍କୁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ବିଜେଡିର ପ୍ରାର୍ଥୀଙ୍କ ପାଇଁ ମେ ୪ରେ ମାରାଥନ ପ୍ରଚାର କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତିରେ କରିବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.