ଭୁବନେଶ୍ବର ୩।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାକୁ ବିକାଶର ରାସ୍ତାରେ ଆଗକୁ ବଢ଼ାଇବା ସହ ଲୋକଙ୍କ ଉନ୍ନତିରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ବୋଲି ନବୀନ ‘ଏକ୍ସ’ରେ ଲେଖିଛନ୍ତି ।

ଏହି ଅବସରରେ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ତାଙ୍କର ଆମର ଆତ୍ମା ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ଜନକୀ ବାବୁ ୬୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ଜନ ଜୀବନ ସହ ଜଡିତ ଥିଲେ । ତାଙ୍କର ଜୀବନ ସାହିତ୍ୟ, ସଂକୃତି ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲା । ଦୀର୍ଘ ୧୪ ବର୍ଷ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ସେବା କରିଛନ୍ତି । କୃଷି, ଜଳସେଚନ, ଆଇଟି କ୍ଷେତ୍ରରେ ଅନେକ କାମ କରି ଯାଇଛନ୍ତି । ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସେ ବିରୋଧୀ ଦଳ ନେତା ଥିଲେ । ସେ ସମୟରେ ସେ ଅନେକ ଗଠନମୂଳକ ପ୍ରସ୍ତାବ ଦେଇଛନ୍ତି । ତାଙ୍କର ବଡ଼ ଆସେଟ୍ ଥିଲା ସାଂଗଠନିକ ଦକ୍ଷତା ଓ ଧୈର୍ଯ୍ୟ ।