ଯାଜପୁର ୦୪।୧୦ : ପାରିବାରିକ କଳହର କରୁଣ ପରିଣତି । ଯାଜପୁର ରୋଡ ଥାନା ପାନାସିଆ ଗାଁରେ ଘଟିଛି ହତ୍ୟାକାଣ୍ଡ । ଶଳାକୁ ଅତି ବିଭତ୍ସ ଭାବେ ବେକ ଓ ଯୌନାଂଗକୁ ବ୍ଲେଡ୍‌ରେ କାଟି ହତ୍ୟା କରିଦେଇଛି ଭିଣୋଇ। ଘଟଣାସ୍ଥଳରୁ ବ୍ୟବହୃତ ବ୍ଲେଡ୍ ଜବତ କରି ସାଇଣ୍ଟିଫିକ ସହାୟତାରେ ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ ପୋଲିସ। ଅଭିଯୁକ୍ତ ଭିଣୋଇ ଫେରାର ଥିବା ସୂଚନା।

ଖବର ଅନୁଯାୟୀ, ପାନାସିଆ ଗାଁରେ ଅନେକ ଦିନ ହେବ ମିଥୁନ ବେହେରା ଓ ତାଙ୍କ ପରିବାର ଲୋକେ ବସବାସ କରନ୍ତି l କିଛି ଦିନ ହେବ ମିଥୁନଙ୍କ ଭିଣୋଇ କହ୍ନେଇ ବେହେରା ଆସି ମିଥୁନଙ୍କ ପାଖରେ ରହି ମିସ୍ତ୍ରୀ କାମ କରୁଥିଲେ l ଶୁକ୍ରବାର ରାତିରେ ପାରିବାରିକ କଳହକୁ ନେଇ ଭିଣୋଇ କହ୍ନେଇ ସହିତ ମିଥୁନଙ୍କ ବଡ଼ଭାଇ ରସିକ ବେହେରାଙ୍କର ପାଟିତୁଣ୍ଡ ହୋଇଥିଲା l ଏଥିରେ ରାଗି ଯାଇ ରସିକ କହ୍ନେଇଙ୍କୁ ମାଡ ମାରିଥିଲେ l ଏଥିରେ ଉତକ୍ଷିପ୍ତ ହେଇ ଆଜି ଭୋରୁ ଭୋରୁ ରସିକର ସାନ ଭାଇ ମିଥୁନକୁ ଲସି ପିଇବା ପାଇଁ କହ୍ନେଇ ଘରର କିଛି ଦୂରକୁ ଡାକି ନେଇଥିଲା l କିଛି ସମୟ ପରେ ମିଥୁନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଦୌଡ଼ି ଦୌଡ଼ି ଆସି ନିକଟରେ ଥିବା ଏକ ଘର ଭିତରେ ପଡ଼ିଯାଇଥିଲା l ଏହାକୁ ଦେଖି ପରିବାର ଲୋକେ ଧାଇଁ ଆସିଥିଲେ l ପରେ ସେଠାରେ ହିଁ ମିଥୁନର ପ୍ରାଣବାୟୁ ଉଡ଼ିଯାଇଥିଲl ଏହି ଘଟଣାକୁ ନେଇ ମୃତ ମିଥୁନର ବଡ଼ ଭାଇ ରସିକ ବେହେରା ଯାଜପୁର ରୋଡ ଥାନାରେ ଏତଲା ଦେଇଥିଲେ l ଘଟଣାସ୍ଥଳରେ ଯାଜପୁର ରୋଡ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।l ଏଥିସହିତ ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ ଟିମ ସହାୟତା ମଧ୍ୟ ନେଇଛି । ଘଟଣାର ତଦନ୍ତ ଚାଲିଛି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି l