LIVE TV

ସାବତ ବାପାକୁ ମାରିଦେଲା ପୁଅ, ସାଙ୍ଗଙ୍କ ସହ ମିଶି ଘଟାଇଲା ଜଘନ୍ୟ କାଣ୍ଡ

NEWS7
break

ବଡ଼ବିଲ ୦୫।୧୦ : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଜଳରେ ଅଭାବନୀୟ ଘଟଣା । ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟା କରିଦେଲା ପୁଅ । ମୃତକଙ୍କ ନାମ ୪୫ ବର୍ଷିୟ ମନୋକ କାଳନ୍ଦୀ ଓଭର ମନୋଜ ବେହେରା ବୋଲି ଜଣାପଡିଛି।

ଖବର ଅନୁଯାୟୀ, ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁରେ ରହୁଥିବା ବେଳେ ୫ ବର୍ଷ ହେବ ଜଣେ ବିଧବା ମହିଳାଙ୍କୁ ବିବାହ କରି ଘରେ ରଖିଥିଲେ । ମନୋଜ ୨ୟ ବିବାହ କରିଥିବା ପତ୍ନୀଙ୍କର ଜଣେ ୧୫ ବର୍ଷିୟ ନାବାଳକ ପୁଅ ମଧ୍ୟ ରହୁଥିଲେ । କୌଣସି ନା କୌଣସି କାରଣ ନେଇ ସାବତ ବାପା ଓ ପୁଅ ମଧ୍ୟରେ ବିବାଦ ହେଉଥିଲା । ଅନେକ ସମୟରେ ଝଗଡ଼ା ମଧ୍ୟ ହେଉଥିଲା । ଏହିକ୍ରମରେ ରବିବାର ଦିନ ସକାଳ ପ୍ରାୟ ୯ଟା ସମୟରେ ମନୋକ ସ୍କୁଟି ନେଇ ଜଳଖିଆ ପାଇଁ ଯାଉଥିଲେ । ଠିକ୍‌ ଏହି ସମୟରେ ତାଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ ହୋଇଥିଲା । ନାବାଳକ ସାବତ ପୁଅ ସହ ତାର ୨ ସାଙ୍ଗ ମିଶି ସଂଘବଦ୍ଧ ଭାବେ ପାଇପ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଏହାପରେ ଘଟଣାସ୍ଥଳରୁ ସମସ୍ତ ଫେରାର ମାରିଥିଲେ । ସେପଟେ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଖବର ପାଇବା ପରେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।