ମୁମ୍ୱାଇ : ମୁମ୍ୱାଇର ପୱଇରେ ପଣବନ୍ଦୀ ଘଟଣା ବେଳେ ଜଣେ ବୟସ୍କ ମହିଳା ପ୍ରମୁଖ ଭୂମିକା ତୁଳାଇ ଥିଲେ। ସେ ତାଙ୍କର ନାତୁଣୀ ସହ ଅଡିସନ ପାଇଁ ଆସି ଥିଲେ, ଯେଉଁଠାରେ ୫୦ ବର୍ଷିୟ ରୋହିତ ଆର୍ଯ୍ୟ ନାମକ ବ୍ୟକ୍ତି ୧୭ଜଣ ପିଲାଙ୍କୁ ପଣବନ୍ଦୀ କରି ରଖିଥିଲେ। ପୁଲିସ ଓ ଅଶ୍ନିଶମ କର୍ମଚାରୀ ବାହାରେ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିବାର ପ୍ରସ୍ତୁତିରେ ଲାଗିଥିଲେ। ଭିତରେ ମଙ୍ଗଳା ପାଟଣକର ବନ୍ଦୀ ପିଲାଙ୍କୁ ରକ୍ଷା କରିବାରେ ଲାଗି ଥିଲେ। ତାଙ୍କୁ କାଚ ଖଣ୍ଡରେ ମୁଣ୍ଡରେ ଆଘାତ ଲାଗିଥିଲା,ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ହସ୍ପିଟାଲର ଶଯ୍ୟାରେ ମଙ୍ଗଳା ପାଟନକର ପଣବନ୍ଦୀ ସମସ୍ୟାର କାହାଣୀ ଶୁଣାଇ ଥିଲେ। ସେ କହିଥିଲେ ଯେ, ରୋହିତ ଆର୍ଯ୍ୟ କିଛି ପିଲାଙ୍କୁ ତାଙ୍କ ପାଖରେ ଛାଡ଼ି ଥିଲେ ଏବଂ ଆଉ କିଛି ପିଲାଙ୍କୁ ଉପରକୁ ନେଇଗଲେ। କିଛି ସମୟ ପରେ ସେ ପୁଣି ତଳକୁ ଆସିଲେ ଏବଂ ମୋତେ ମଧ୍ୟ ଅନ୍ୟ ପିଲାଙ୍କ ସହ ଉପରକୁ ଆସିବାକୁ କହିଲେ। ଉପରେ ପହଞ୍ଚିବା ପରେ ସେ ଦେଖିଲେ ଯେ, ପିଲାଙ୍କୁ କିଛି ଶିଖା ଯାଉ ନଥିଲା। ସେଠାରେ ଝରକା ଗୁଡ଼ିକରେ କଳା ରଙ୍ଗର ପରଦା ଲାଗିଥିଲା। ମନେ ହେଉଥିଲା ଯେ,ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ।ସେଥିରୁ ୪ ଜଣ ପିଲାଙ୍କ ଦ୍ୱାରା ତାଙ୍କ ମାତା-ପିତାଙ୍କୁ ଫୋନ କରାଇଲେ। ପ୍ରତ୍ୟେକଙ୍କ ଠାରୁ କୋଟିଏ ଟଙ୍କା ଲେଖାଏଁ ମୁକ୍ତରାଶି ମାଗିଲେ। ଆର୍ଯ୍ୟ ଲଗାତାର କହୁଥିଲେ ଯେ, ତାଙ୍କୁ ଏବେ ୪ କୋଟି ଦରକାର ଏବଂ ସେ ବନ୍ଧକଙ୍କୁ ଧମକ ଦେଉଥିଲେ ଯେ ସେ ବିଲ୍ଡିଂରେ ବୋମା ରଖିଛନ୍ତି।

ମଙ୍ଗଳା ପାଟନକର କହିଥିଲେ ଯେ, ଆର୍ଯ୍ୟ ପୂରା ସମୟ ସ୍ୱିଟ୍‌ ବ୍ୟବହାର କରୁଥିଲେ, କିନ୍ତୁ ଖୁବ୍‌ ଡ୍ରାମା ମଧ୍ୟ କରୁଥିଲେ। ସେ ଦୀପାବଳିର ଆତସବାଜି ଫୁଟାଇଲେ ଏବଂ ଆମକୁ କହିଲେ ଯେ, ବାହାରେ ଫାୟାରିଂ ହେଉଛି , ଯାହାକି ଆମେ ବାହାରକୁ ଯିବୁ ନାହିଁ। ପାଟନକର କହିଥିଲେ , ମୋ ପାଖକୁ ବାହାରୁ ପଣବନ୍ଦୀ ଘଟଣା ନେଇ ଫୋନ୍‌ ଆସିଲା , ମୁଁ କହିଲି ଯେ ପିଲାମାନେ ମୋ ସହ ସୁରକ୍ଷିତ ବସିଛନ୍ତି। ସେମାନେ ସନ୍ଦେହ କଲେ ଯେ ସଂସ୍ଥାନର  ଆଉ ଜଣେ କର୍ମଚାରୀ ମଧ୍ୟ ଏହି ପ୍ଲାନରେ ସାମିଲ ଥିଲେ , କାରଣ ସେ ଭୟଭୀତ ହେବା ପରି ଲାଗୁଥିଲେ। ପାଟନକର ପିଲାମାନଙ୍କର , ବିଶେଷକରି ଝିଅମାନଙ୍କର ସୁରକ୍ଷା ସୁନିଶ୍ଚିତ କରିଥିଲେ ଏବଂ ବାହାରେ ଅପେକ୍ଷା କରିଥିବା ଚିନ୍ତିତ ପିତାମାତାଙ୍କୁ ତାଙ୍କ ପିଲାଙ୍କ ଫଟୋ ପଠାଇ ଥିଲେ।

ଉଲ୍ଲେଖନୀୟ ଯେ, ରୋହିତ ଆର୍ଯ୍ୟ ୱେବ୍‌ ସିରିଜର ଅଡିସନ ବାହାନାରେ ୧୭ ଜଣ ପିଲାଙ୍କୁ ପଣବନ୍ଦୀ କରିଥିଲେ। କିଛି ସମୟ ପରେ ସେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଏବଂ କହିଥିଲେ ମହାରାଷ୍ଟ୍ର ଶିକ୍ଷା ବିଭାଗରେ ତାଙ୍କର ୨କୋଟି ଟଙ୍କା ବକେୟା ରହିଛି। ୩.୫ ଘଣ୍ଟା ଧରି ଚାଲିଥିବା ଏବି ପଣବନ୍ଦୀ ଘଟଣାର ନାଟକୀୟ ଅନ୍ତ ଘଟିଥିଲା , ଯେତେବେଳେ ପୁଲିସ ପାଇପ୍‌ରେ ଚଢି ପିଲାଙ୍କୁ ବଞ୍ଚାଇ ଥିଲା । ଆଉ ଜଣେ ପୁଲିସକର୍ମୀ ବାଥରୁମ୍‌ର ଝରକାରେ ଷ୍ଟୁଡିଓ ଭିତରେ ପଶିଥିଲେ। ଏହି ସମୟରେ ଜଣେ ପିଲାକୁ କ୍ଷତି କରିବାକୁ ଚେଷ୍ଟା କରୁଥିବା ଆର୍ଯ୍ୟଙ୍କୁ ଗୁଳି କରି ତଳେ ପକାଇ ଦେଇଥିଲେ ଏବଂ ତାର ମୃତ୍ୟୁ ହୋଇ ଥିଲା।