ଇତିହାସ ରଚିଲେ ଧୋନୀ, IPLରେ ଏମିତି କରିବାରେ ହେଲେ ପ୍ରଥମ କ୍ରିକେଟର

Published By : Prameya-News7 Bureau | May 06, 2024 IST

ମୁମ୍ୱାଇ ୦୬/୦୫: ଆଇପିଏଲ୍ ୨୦୨୪ ର ୫୩ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗ୍ସ । ତେବେ କମ୍ ରନ୍ ସତ୍ତ୍ୱେ ପଞ୍ଜାବ ବିରୋଧରେ ସହଜ ବିଜୟ ହାସଲ କରିଥିଲା ଚେନ୍ନାଇ । ଏହି ମୁକାବିଲାରେ ସିେସ୍‌କେର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂରେ କିଛି କମାଲ କରିନଥିଲେେ । 

ଜିରୋରେ ପାଭିଲିୟନକୁ ଫେରିଥିଲେ ଧୋନୀ । ଯଦିୋ ଦର୍ଶକଙ୍କୁ ନିରାସ କରିଥିଲେ ଧୋନୀ, କିନ୍ତୁ ରବିବାର ମ୍ୟାଚ୍‌ରେ ରଚିଥିଲେ ଇତିହାସ । ଧୋନୀଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ହର୍ଷଲ ପଟେଲ । ଆଇପିଏଲ୍‌ରେ ନଟ୍‌ ଆଉଟ୍ ଥିବା ଧୋନୀ ଗତ ଦୁଇଟି ମ୍ୟାଚ୍‌ରେ ହୋଇଛନ୍ତି ଆଉଟ୍ । 

କିନ୍ତୁ ଧୋନୀ ଆଇପିଏଲ୍‌ରେ ୧୫୦ କ୍ୟାଚ୍ ନେଇଥିବା ପ୍ରଥମ ଖେଳାଳି ବନିଯାଇଛନ୍ତି । ଧୋନୀ ସିମରଜିତ୍‌ ସିଂହଙ୍କ ପ୍ରଥମ ବଲ୍‌ରେ ଜିତେଶ  ଶର୍ମାଙ୍କ କ୍ୟାଚ୍ ଧରିବା ପରେ ଏହି ରେକର୍ଡ କରିଛନ୍ତି । ଏହି ଲିଷ୍ଟରେ ଷ୍ଟାର କ୍ରିକେଟର ଦିନେଶ କାର୍ତ୍ତିକ ଦ୍ୱିତୀୟରେ ରହିଛନ୍ତି । ଯିଏକି ୧୪୪ ଟି କ୍ୟାଚ୍ ଧରିଛନ୍ତି । 


ଆଇପିଏଲ୍‌ରେ ସବୁଠୁ ଅଧିକ କ୍ୟାଚ୍‌ ନେବାରେ ପ୍ରଥମେ ରହିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଯିଏକି ନେଇଛନ୍ତି ୧୫୦ କ୍ୟାଚ୍ । ସେହଭଳି ୧୪୪ କ୍ୟାଚ୍‌ ସହ ଦ୍ୱିତୀୟରେ ଅଛନ୍ତି ଦିନେଶ କାର୍ତ୍ତିକ । ପରେ ୧୧୮ କ୍ୟାଚ୍‌ ସହ ଏ.ଭି ଡିଭିଲିୟର୍ସ ତୃତୀୟ, ୧୧୩ କ୍ୟାଚ୍‌ ସହ ବିରାଟ କୋହଲି ଚତୁର୍ଥ, ୧୦୯ କ୍ୟାଚ୍ ସହ ସୁରେଶ ରୈନା ଅଛନ୍ତି ପଞ୍ଚମରେ ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.