ମୁମ୍ୱାଇ ୧୮/୦୫: ଆଇପିଏଲ୍ ୨୦୨୪ରେ ୧୮ମେ ଖେଳାଯିବ ହେଭିଓ୍ୱେଟ ମୁକାବିଲା । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗସ୍ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଚେନ୍ନାଇ ୧୩ ମ୍ୟାଚ୍ରେ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ୧୨ ପଏଣ୍ଟ ସହ ସାତ ନମ୍ୱର ସ୍ଥାନରେ ଅଛି ଆରସିବି ।
କହିବାକୁ ଗଲେ ଭାରତୀୟ କ୍ରିକେଟ ଫ୍ୟାନ୍ସ ଧୋନୀ ଏବଂ ବିରାଟ କୋହଲୀଙ୍କୁ ଆଇପିଏଲ୍ରେ ଶେଷଥର ଖେଳିବାର ସୁଯୋଗ ପାଇବେ । ଏହି ମୁକାବିଲା ପୂର୍ବରୁ ବିରାଟ କୋହଲି ଗୋଟିଏ ଭିଡିଓ ବହୁତ ଚର୍ଚ୍ଚାରେ ଅଛି । ଯେଉଁଥିରେ ସୁରେଶ ରୈନାଙ୍କ ସହ କୋହଲି କଥା ହେଉଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଏହି ସମୟରେ କୋହଲି କ୍ରିକେଟ ବିଷୟରେ ଅନେକ କିଛି କହିଛନ୍ତି । କାରଣ କୋହଲି ଧୋନୀଙ୍କ ସହ ଖେଳିବା ନେଇ ରଖିଛନ୍ତି ପ୍ରତିକ୍ରିୟା । କୋହଲି କହିଛନ୍ତି ମାହୀ ଭାଇ ଏବଂ ମୁଁ ଶେଷ ଥର ବୋଧହୁଏ ଖେଳିବୁ । ହେଇଥାଇପାରେ ଏଥର ଆମର ଶେଷ ଖେଳ । କିଏ କହିବ, ଏହା ନିଶ୍ଚୟ ଧମାକାଦାର ଇଂନିସ ହେବ ଦର୍ଶକଙ୍କ ପାଇଁ ।
କୋହଲି କହିଥିଲେ ଆମେ ବର୍ଷ ବର୍ଷ ଧରି ଭାରତ ପାଇଁ ଅନେକ ଭଲ ଭଲ ମ୍ୟାଚ୍ ଖେଳିଛୁ । ସମସ୍ତେ ଜାଣନ୍ତି ସେ ଦଳପାଇଁ କେତେ ଖେଳିଛନ୍ତି, କେତୋଟିରେ ଜିତାଇଛନ୍ତି । ଗତ କିଛି ସିଜନରେ ଧୋନୀ ଆଇପିଏଲ୍ ଭବିଷ୍ୟକୁ ନେଇ ଅନିଶିଚତା ଲାଗି ରହିଛି । କାରଣ ଖେଳିବାକୁ ତାଙ୍କ ଶରୀର ସାଥ୍ ଦେଉନି ।
୪୨ ବର୍ଷୀୟ ଧୋନୀ ମୈଦାନରେ ତାଙ୍କର ଉପସ୍ଥିତିରେ ଫ୍ୟାନ୍ସଙ୍କୁ କରିଛନ୍ତି ମନ୍ତ୍ରମୁଗ୍ଧ । ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ହାତେଇଥିଲା ଟାଇଟଲ୍ । ଯଦି ସିଏସ୍କେ ପ୍ଲେ ଅଫ୍ରେ ପହଞ୍ଚିଯାଏ ତେବେ ଧୋନୀଙ୍କ ବ୍ରିଗେଡଙ୍କୁ ଆଉ ଦୁଇଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇବୁ ।
ସେହିପରି ଆରସିବି ପ୍ଲେ ଅଫ୍ରେ ପହଞ୍ଚିବା ପାଇଁ ୬ ମ୍ୟାଚ୍ ହାରିବା ପରେ ୫ଟି ମ୍ୟାଚ୍ ଜିତି ରେସ୍ରେ ନିଜର ସ୍ଥାନ ପକ୍କା କରିଛି । ଏହି ଆଇପିଏଲ୍ରେ କୋହଲି ଫର୍ମ ରହିଛି ଜବରଦସ୍ତ । ସବୁଠୁ ୍ଧିକ ରନ୍ କରି ସେ ଏବେ ଅରେଞ୍ଜ କ୍ୟାପର ହକ୍ଦାର ।