ଟୋକିଓ,|୦୭ଭାରତରେ ପହଁଚିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି । ବୁଧବାର ସେ ଦିଲ୍ଲୀରେ ପହଁଚିଛନ୍ତି । ଭାରତରେ ସେ ତିନି ଦିନ ରହିବେ । ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆର୍ଥିକ, ସାମରିକ, ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ୍ ମିନେରାଲ୍ସ ତଥା ଅନ୍ୟ ପ୍ରସଙ୍ଗରେ ଭାରତ ଏବଂ ଜାପାନ ମଧ୍ୟରେ ବୁଝାମଣା ହେବ । ତେବେ ଏହା ହେଉଛି ପ୍ରଧାନମନ୍ତ୍ରୀ ଭାବେ ତାକାଇଚିଙ୍କ ପ୍ରଥମ ଭାରତ ଗସ୍ତ ।

ତାକାଇଚିଙ୍କ ରାଜନୈତିକ ଯାତ୍ରା

ତାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ସେ ଦୀର୍ଘଦିନ ହେବ ଜାପାନ ସଂସଦର ସଦସ୍ୟ ରହି ଆସିଛନ୍ତି । କାର୍, ବାଇକ୍ ତଥା ବାଜା ବଜାଇବାରେ ସେ ରୁଚି ରଖିଥିବା ଅନେକ ସମୟରେ ଦେଖିବାକୁ ମିଳେ ।

୧୯୬୧ ମସିହା ମାର୍ଚ୍ଚ ୭ ତାରିଖରେ ଜାପାନର ୟାମାତୋକୋରିୟାମା ସହରରେ ତାକାଇଚିଙ୍କ ଜନ୍ମ । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଟିଭି ଆଙ୍କର ଥିଲେ । ଏହାସହ ସେ ଜଣେ ଲେଖିକା ମଧ୍ୟ । ୧୯୯୦ ମସିହାରେ ସେ ରାଜନୀତିରେ ପାଦ ଦେଇଥିଲେ । ଏହାପରେ ଜାପାନର ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ଜଣେ ଆଗ ଧାଡିର ନେତ୍ରୀ ଭାବେ ନିଜକୁ ପ୍ରମାଣିତ କରିଥିଲେ ।

Also Read :-Gold Smuggling Busted: ଦିଲ୍ଲୀରେ ସୁନା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ, ୯ କିଲୋ ସୁନା ଜବତ

ରାଜନୀତି ବାଦ୍ ତାକାଇଚିଙ୍କ ଅନ୍ୟ ମାମଲାରେ ମଧ୍ୟ ରୁଚି ରହିଛି । ପାଠ ପଢିବା ବେଳେ ତାଙ୍କର ବାଜା ବା ଡ୍ରମ୍ ବଜାଇବାରେ ସଉକ ଥିଲା । ଏପରିକି ସେ କିଛି ଡ୍ରମ୍ ବ୍ୟାଣ୍ଡରେ ମଧ୍ୟ ବାଜା ବଜାଇଛନ୍ତି । ଜାପାନର ପ୍ରସିଦ୍ଧ ଏକ୍ସ ଜାପାନ, ବି ଜେଡ୍ ଏବଂ ଡେମନ୍ କାକା ତାଙ୍କର ଫେଭରାଇଟ୍ ବ୍ୟାଣ୍ଡ୍ ଅଟେ ।

ଖାଲି ଏତିକି ନୁହେଁ ମୋଟରସାଇକେଲ୍ ଚାଳନା ତାଙ୍କୁ ଭଲ ଲାଗେ । ତାଙ୍କ ପାଖରେ କାଓ୍ୱାସାକି ଜେଡ୍ ୪୦୦ ଜିପି ରହିଛି । ଯାହା ଅଶୀ ଦଶକର ଏକ ସ୍ପୋର୍ଟସ୍ ମୋଟର ସାଇକେଲ୍ । ସେହିପରି ୧୯୯୧ ଟୋୟୋଟା ସୁପ୍ରାର ବି ତାକାଇଚି ମାଲିକାଣୀ ଅଟନ୍ତି । ଏହାକୁ ସେ ୨୨ ବର୍ଷ ତଳେ କ୍ରୟ କରିଥିଲେ । ନିକଟରେ ସେ ଟୋୟୋଟା ସେଲିକା ଏକ୍ସଏକ୍ସ କ୍ରୟ କରିଛନ୍ତି । ଜାପାନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ସରକାରୀ ଗାଡି ମିଳିଛି । ଯାହାକୁ ସେ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରିଥାନ୍ତି ।