IPLରେ କେଉଁ ବ୍ୟାଟର ମାରିଛନ୍ତି ସବୁଠୁ ଅଧିକ ଛକା ? ପଢନ୍ତୁ ଟପ୍‌-୫ ଲିଷ୍ଟ...

Published By : Prameya-News7 Bureau | March 28, 2024 IST

ମୁମ୍ବାଇ ୨୮।୦୩ : ଆଇପିଏଲ୍‌ ୨୦୨୪ । ଜମିଲାଣି ଟୁର୍ଣ୍ଣାମେଣ୍ଟ । ହେଲାଣି ଚୌକା-ଛକାର ବର୍ଷା । ତେବେ ଜାଣିଛନ୍ତି ବର୍ତ୍ତମାନ ଯାଏଁ ଖେଳାଯାଇଥିବା ଆଇପିଏଲ୍‌ର ସମସ୍ତ ସଂସ୍କରଣରେ କେଉଁ ବ୍ୟାଟର ସବୁଠୁ ଅଧିକ ଛକା ମାରିଛନ୍ତି । ଆସନ୍ତୁ ଜାଣିବା...

କ୍ରିସ୍‌ ଗେଲ୍‌-

ଓ୍ୱେଷ୍ଟଇଣ୍ଡିଜ୍‌ର ଏହି ଦୁର୍ଦ୍ଦଶ ବ୍ୟାଟର ଆଇପିଏଲ୍‌ ମୋଟ ୧୪୨ଟି ମ୍ୟାଚ୍‌ ଖେଳିଛନ୍ତି । ଏବେ କ୍ରିକେଟ୍‌ ଜଗତରୁ ଅବସର ନେଇଯାଇଛନ୍ତି । ହେଲେ ଏବେବି ତାଙ୍କ ରେକର୍ଡ କାଏମ ରହିଛି । ଆଇପିଏଲ୍‌ ସବୁଠୁ ଅଧିକା ଛକା ମାରିବାର ରେକର୍ଡ କ୍ରିସ୍‌ ଗେଲ୍‌ଙ୍କ ନାଁରେ ରହିଛି । ମୋଟ ୩୪୭ଟି ଛକା ମାରିଛନ୍ତି ଗେଲ୍‌ । 

hindustantimes

ରୋହିତ ଶର୍ମା-

ଆଇପିଏଲ୍‌ରେ ସବୁଠୁ ଅଧିକ ଛକା ମାରିବା ତାଲିକାରେ ଅଛନ୍ତି ହିଟ୍‌ମ୍ୟାନ୍‌ ବା ରୋହିତ ଶର୍ମା । ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ମୋଟ ୨୪୩ଟି ମ୍ୟାଚ୍‌ ଖେଳିଛନ୍ତି ରୋହିତ ଶର୍ମା । ଏହି ସବୁ ମ୍ୟାଚ୍‌ରେ ସେ ମୋଟ ୨୫୭ଟି ଛକା ମାରିଛନ୍ତି । ଯାହାକି ତାଙ୍କୁ ସବୁଠୁ ଅଧିକ ଛକା ମାରିବା ତାଲିକାରେ ୨ୟରେ ରଖିଛି । 

livemint

ଏ.ବି ଡିଭିଲିୟର୍ସ-

ଆଇପିଏଲ୍‌ରେ ସବୁଠୁ ଅଧିକା ଛକା ମାରିବା ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ମିଷ୍ଟର ୩୬୦ ବା ଏ.ବି ଡିଭିଲିୟର୍ସ । ସେ ମୋଟ ୧୮୪ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୫୧ଟି ଛକା ମାରିଛନ୍ତି । ବାଙ୍ଗାଲୋର ପ୍ରାଞ୍ଚାଇଜ୍‌ ପାଇଁ ଖେଳୁଥିବା ଏ.ବି ଡିଭିଲିୟର୍ସ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି । 

dnaindia

ମହେନ୍ଦ୍ର ସିଂହ ଧୋନି-

ଆଇପିଏଲ୍‌ରେ ସବୁଠୁ ଅଧିକ ଛକା ମାରିବା ତାଲିକାରେ ମହେନ୍ଦ୍ର ସିଂହ ଧୋନି ଚତୁର୍ଥ ସ୍ଥାନରେ ରହିଛନ୍ତି । ଧୋନି ମୋଟ ୨୫୦ ମ୍ୟାଚ୍‌ ଖେଳି ୨୩୯ଟି ଛକା ମାରିଛନ୍ତି । ଧୋନି ଏବେ ବି ଆଇପିଏଲ୍‌ ଖେଳୁଛନ୍ତି । ତେଣୁ ଆଗକୁ କାହା ରେକର୍ଡ ଭାଙ୍ଗୁଛି । ତାହା ଦେଖିବାକୁ ବାକି ରହିଲା । 

thesportsrush

ବିରାଟ କୋହଲି-

ଆଇପିଏଲ୍‌ରେ ସବୁଠୁ ଅଧିକ ଛକା ମାରିବା ତାଲିକାରେ ଆଉ ଜଣେ ଭାରତୀୟ ରହିଛନ୍ତି । ଏହି ତାଲିକାରେ ବିରାଟ କୋହଲି ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ୨୩୭ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୩୪ଟି ଛକା ମାରିଛନ୍ତି । 

news18

ତେବେ ଟପ୍‌-୫ଙ୍କ ମଧ୍ୟରୁ ଦୁଇ ଜଣ ( କ୍ରିସ୍‌ ଗେଲ୍‌-ଏ.ବି ଡିଭିଲିୟର୍ସ) ଅବସର ନେଇସାରିଛନ୍ତି । ବାକି ଅନ୍ୟ ତିନି ଜଣ ( ବିରାଟ କୋହଲି-ରୋହିତ ଶର୍ମା- ମହେନ୍ଦ୍ର ସିଂହ ଧୋନି) ଆଇପିଏଲ୍‌ ଖେଳ ଜାରି ରଖିଛନ୍ତି । ତେଣୁ ଆଗାମୀ ଦିନରେ କାହା ରେକର୍ଡ କିଏ ଭାଙ୍ଗୁଛି । ତାହା ଦେଖିବାକୁ ବାକି ରହିଲା...

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.