ସାଇ ସୁଦର୍ଶନ ଓ ଶାହରୁଖଙ୍କ ଦର୍ଶନୀୟ ଅର୍ଦ୍ଧଶତକ, ବେଙ୍ଗାଲୁରୁକୁ ଏତିକି ଟାର୍ଗେଟ୍ ଦେଲା ଗୁଜରାଟ

Published By : Prameya-News7 Bureau | April 28, 2024 IST

espncricinfo

ଅହମ୍ମଦାବାଦ: ଆଇପିଏଲ୍‌ର ୪୫ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୩ ଓ୍ଵିକେଟ୍ ହରାଇ ୨୦୦ ରନର ବଡ଼ ସ୍କୋର କରିଛି। ସାଇ ସୁଦର୍ଶନଙ୍କ ୮୪ ରନର ଦମଦାର ଇନିଂସ ଓ ଶାହରୁଖ ଖାନଙ୍କ ୫୮ ରନ ବଳରେ ଗୁଜରାଟ ଏହି ସ୍କୋରରେ ପହଞ୍ଚି ପାରିଛି।  ମ୍ୟାଚ୍ ଜିତିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନାରେ ୨୦୧ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ସ୍ଵପ୍ନିଲ ସିଂ, ମହମ୍ମଦ ସିରାଜ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତିବା ଦୁଇ ଦଳ ପାଇଁ ଜରୁରୀ। କାରଣ ବେଙ୍ଗାଲୁରୁ ହାରିଲେ ପ୍ଲେ ଅଫ୍‌ରୁ ଆନୁଷ୍ଠାନିକ ଭାବେ ବାଦ ପଡ଼ିବ। ଆଉ ଗୁଜରାଟ ହାରିଲେ ଦଲର ପ୍ଲେ ଅଫରେ ପହଞ୍ଚିବା କଷ୍ଟକର ହୋଇଯିବ।  ଶୁଭମନ ଗିଲ୍‌ଙ୍କ ଦଳ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି।

Also read: IPL 2024ରେ ଆଜି ସିଏସକେ ପାଇଁ ଗୁରୁତ୍ଵପୂର୍ଣ୍ଣ ମୁକାବିଲା, ହାର-ଜିତରେ ପଡ଼ିବ ବଡ଼ ପ୍ରଭାବ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ୍ ଟାଇଟନ୍ସକୁ ୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଋଦ୍ଧିମାନ ଶାହ(୫) ଆଉଟ୍ ହୋଇଥିଲେ। ଗିଲ୍ ଓ ସାଇ ସୁଦର୍ଶନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୩୯ ରନ ଯୋଡ଼ିଥିଲେ। ଗିଲ୍ ୧୬ ରନର ଧିମା ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଏହା ପରେ ସାଇ ସୁଦର୍ଶନ ଓ ଶାହରୁଖ ଖାନ ବ୍ୟାଟିଂ ମୋର୍ଚ୍ଚା ସମ୍ବାଳିଥିଲେ। ଉଭୟ କ୍ରିଜରେ ଜମିବା ପରେ ଦ୍ରୁତ ରନ ସଂଗ୍ରହ କରିଥିଲେ। 

ଏହି କ୍ରମରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ୩ୟ ଓ୍ଵିକେଟ୍ ପାଇଁ ୮୬ ରନ ଯୋଡ଼ି ବଡ଼ ସ୍କୋରର ମୂଳଦୁଅ ପକାଇଥିଲେ। ଶାହରୁଖ ୩୦ ବଲ୍‌ରୁ ୩ ଚୌକା ଓ ୫ ଛକା ସହ ୫୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଦଳ ଆଉ କୌଣସି ଓ୍ଵିକେଟ୍ ହରାଇ ନ ଥିଲା। ସାଇ ସୁଦର୍ଶନ ବିସ୍ଫୋରକ ବ୍ୟାଟିଂ  କରି ୪୯ ବଲ୍‌ରୁ ୮ ଚୌକା ଓ ୪ ଛକା ସହ ୮୪ ରନରେ ଅପରାଜିତ ଥିଲେ। ତାଙ୍କର ଏହି ଇନିଂସ ବଳରେ ଗୁଜରାଟ ୩ ଓ୍ଵିକେଟ୍ ହରାଇ ୨୦୦ ରନ କରିଛି। ଡେଭିଡ ମିଲର ୨୬ ରନରେ ଅପରାଜିତ ଥିଲେ। 

 


  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.