IPL 2024 : ଅପରାହ୍ନରେ GT-RCB ଫାଇଟ୍‌, ସଂଧ୍ୟାରେ CSK-SRH ମୁକାବିଲା

Published By : Prameya-News7 Bureau | April 28, 2024 IST

ମୁମ୍ବାଇ ୨୮।୦୪: ଆଇପିଏଲ୍‌ ୨୦୨୪ । ରବିବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୪୫ ଏବଂ ୪୬ ତମ ମ୍ୟାଚ୍‌ । ଅହମ୍ମଦାବାଦରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା ରହିଛି । ଏହା ଅପରାହ୍ନ ୩ଟାରେ ଖେଳାଯିବ । ସେହିପରି ରାତି ୮ଟାରେ ଚେନ୍ନାଇର ଚିପକ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଡର୍ସ ହାଇଦ୍ରାବାଦ । ପ୍ଲେ-ଅପ୍‌ ରେସ୍‌ ପାଇଁ ସମସ୍ତ ଟିମ୍‌ଙ୍କ ବିଜୟ ଜରୁରୀ ରହିଛି ।

ଅପରାହ୍ନ ୩ଟା ୩୦ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ । ବର୍ତ୍ତମାନ ଯାଏଁ ଗୁଜରାଟ ଟାଇଟନ୍ସ ୯ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟ ହୋଇଥିବା ବେଳେ ୫ଟି ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୭ମ ସ୍ଥାନରେ ରହିଛି । ସେହିପରି ୧୦ ମ ସ୍ଥାନରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ । ଏବେ ଯାଏଁ  ଦଳ ୯ଟି ମୁକାବିଲା ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ମୋଟ ୪ ଅଙ୍କ ପାଇ ପଏଣ୍ଟ ଟେବୁଲ୍‌ର ୧୦ମ ସ୍ଥାନରେ ରହିଛି । ବାଙ୍ଗାଲୋର ଟିମ୍‌ ଏକପ୍ରକାର ପ୍ଲେ-ଅପ୍‌ ରେସ୍‌ରୁ ବିଦା ହୋଇସାରିଲାଣି ।ବାକି ଗୁଜରାଟ ଟିମ୍‌ ମଧ୍ୟ ଆଜିର ମ୍ୟାଚ୍‌ ଜିତି ନିଜକୁ ପ୍ଲେ-ଅପ୍‌ ରେସ୍‌ରେ   ରଖିବାକୁ ଉଦ୍ୟମ କରିବ । ତେଣୁ ଆଜିର ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବା ଆଶା ରହିଛି ।  

ଅନ୍ୟପଟେ ରାତି ୭ଟା ୩୦ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ । ଚେନ୍ନାଇର ଚିପକ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଚେନ୍ନାଇ ଟିମ୍‌ ଏବେ ଯାଏଁ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୪ଟି ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୬ଷ୍ଠ ସ୍ଥାନରେ ରହିଛି । ସେହିପରି ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ ମଧ୍ୟ ଚଳିତ ସିଜିନ୍‌ରେ ଟପ୍‌ ଫର୍ମରେ ରହିଛି । ଏବେ ଯାଏଁ ଦଳ ୮ଟି ମୁକାବିଲା ଖେଳିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୩ୟ ସ୍ଥାନରେ ରହିଛି । ପ୍ଲେ-ଅପ୍‌ ରେସ୍‌ ପାଇଁ ଉଭୟ ଟିମ୍‌ର ବିଜୟ ଜରୁରୀ । ତେଣୁ ଚିପକରେ ଆଜି ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । 

ତେବେ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି ରାଜସ୍ଥାନ ରୟାଲ୍ସ । ଟିମ୍‌ ମୋଟ ୯ଟି ମ୍ୟାଚ୍‌ ଖେଳି ୮ଟି ବିଜୟ ସହ ପାଇଛି ୧୬ ପଏଣ୍ଟ । ସଞ୍ଜୁ ବାହିନୀ ଏକପ୍ରକାର ପ୍ଲେ-ଅଫ୍ ପାଇଁ କ୍ୱାଇଲିଫାଏ କରିଥିବା ସ୍ପଷ୍ଟ ହେଉଛି । ସେହିପରି ୨ୟ ସ୍ଥାନରେ ରହିଛି କୋଲକାତା ନାଇଟ ରାଇଡର୍ସ । ଦଳ ମୋଟ ୮ଟି ମୁକାବିଲା ଖେଳିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ୧୦ ପଏଣ୍ଟ ସହ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବଂ ଯାଏଁ ୮ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ହୋଇଛି ପରାସ୍ତ । ବାକି ୪ର୍ଥ ସ୍ଥାନରେ ୧୦ ପଏଣ୍ଟ ସହ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଦଳ ୯ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.