ରାହୁଲଙ୍କ ଉପରେ ଭାରି ପଡ଼ିଲେ ସଞ୍ଜୁ, ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ରାଜସ୍ଥାନ !

Published By : Prameya-News7 Bureau | April 27, 2024 IST

Aajtak

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଅଧିନାୟକ କେଏଲ ରାହୁଲଙ୍କ   ଉପରେ ଭାରି ପଡ଼ିଲେ ଅଧିନାୟକ ସଞ୍ଜୁ ସାମସନ। ଆଜି ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳା ଯାଇଥିବା ୪୪ତମ ମ୍ୟାଚ୍‌ରେ ରାଜସ୍ଥାନ ଲକ୍ଷ୍ନୌକୁ ତାରି ମାଟିରେ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବିଜୟ ସହ ରାଜସ୍ଥାନ ରୟାଲ୍ସ ଆପାତତଃ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପକ୍ଷରୁ ଧାର୍ଯ୍ୟ ୧୯୭ ରନ ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସଞ୍ଜୁ ସାମସନ ଅପରାଜିତ ୭୧ ରନ ଓ ଧ୍ରୁବ ଜୁରେଲ ଅପରାଜିତ ୫୨ ରନ କରି ଦଳକୁ ସହଜ ବିଜୟ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲଙ୍କ ୭୬ ରନ ଓ ଦୀପକ ହୁଡ୍ଡାଙ୍କ ୫୦ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା। ରାଜସ୍ଥାନ ନବମ ମ୍ୟାଚ୍‌ରୁ ୮ମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ନିଜର ସ୍ଥାନ ମଜବୁତ କରିଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟ ସମାନ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି। 

Also read: ଜାହିର ଚୟନ କଲେ ଭାରତୀୟ ଟି-୨୦ ବିଶ୍ଵ କପ୍ ଟିମ୍, ଜାଣନ୍ତୁ କେଉଁ ୧୫ ଖେଳାଳିଙ୍କୁ ଦେଲେ ସ୍ଥାନ

୧୯୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ଜୋସ୍ ବଟଲର ଦମଦାର ଆରମ୍ବ ଦେଇଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ୫.୫ ଓଭରରେ ୬୦ ରନ ଯୋଡ଼ିଥିଲେ। ଆଉ ଏହି ସ୍କୋରରେ ହିଁ ବଟଲର(୩୪) ଓ ଜୟସ୍ଵାଲ(୨୪) ଆଉଟ୍ ହୋଇଥିଲେ। ରିୟାନ ପରାଗ(୧୪) ପାଭିଲିୟନ ଫେରିଥିଲେ। ୭୮ ରନରେ ୩ ଓ୍ଵିକେଟ୍ ହରାଇ ଅଡ଼ୁଆରେ ପଡ଼ିଥିବା ରାଜସ୍ଥାନର ମୋର୍ଚ୍ଚା ସମ୍ଭାଳିଥିଲେ ଅଧିନାୟକ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ। ଉଭୟ ଦମଦାର ବ୍ୟାଟିଂ କରି ଆବଶ୍ୟକ ରନ ସଂଗ୍ରହ କରି ଦଳକୁ ବିଜୟ କରାଇଛନ୍ତି। ଅବିଭାଜିତ  ଚତୁର୍ଥ ଓ୍ଵିକେଟ୍ ପାଇଁ ୧୨୧ ରନ ଯୋଡ଼ି  ଦଳକୁ ସହଜ ବିଜୟ କରାଇଛନ୍ତି। ଏହି କ୍ରମରେ ସଞ୍ଜୁ ସାମସନ ୩୩ ବଲ୍‌ରୁ ୭ ଚୌକା ଓ ୪ ଛକା ସହ ୭୧ ରନ ଓ ଧ୍ରୁବ ଜୁରେଲ ୩୪ ବଲରୁ ୫୨ ରନ କରି ଅପରାଜିତ ଥିଲେ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.