ଲକ୍ଷ୍ନୌ ଏୟାରପୋର୍ଟ ଟର୍ମିନାଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଇଂଲଣ୍ଡ କ୍ରିକେଟର କେଭିନ ପିଟରସନ୍; କହିଲେ...

Published By : Prameya-News7 Bureau | April 28, 2024 IST

indiatoday

ଲକ୍ଷ୍ନୌ: ବର୍ତ୍ତମାନ ଦେଶରେ ଆଇପିଏଲ୍ ମ୍ୟାଚ୍ ଚାଲିଥିବାରୁ ବିଦେଶୀ ଖେଳାଳିମାନଙ୍କର ଆତଯାତ ଲାଗି ରହିଛି। ନିଜ ନିଜ ଫ୍ରାଞ୍ଚାଇଜ୍‌କୁ ସମର୍ଥନ କରିବାକୁ ବିଭିନ୍ନ ଦେଶରୁ ଖେଳାଳି ଆସୁଛନ୍ତି। ଏହି ଅବସରରେ ରବିବାର ଇଲଂଣ୍ଡ କ୍ରିକେଟର କେଭିନ ପିଟରସନ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିଥିଲେ। ଆଉ ବିମାନ ବନ୍ଦରରେ ପହଞ୍ଚିବା ପରେ ଏହାର ଚାକଚକ୍ୟ ଓ ସାଜସଜା ଦେଖି ସେ ଆଶ୍ଚର୍ଯ୍ୟ ଚକ୍କିତ ହୋଇଯାଇଥିଲେ। 

ଲକ୍ଷ୍ନୌ ବିମାନବନ୍ଦର ଦେଖି ପ୍ରଶଂସା କରି ରହିପାରି ନଥିଲେ ପିଟରସନ। ଏଭଳି ବିକାଶମୂଳକ କାର୍ଯ୍ୟ ପାଇଁ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପ୍ରଶଂସା କରିଥିଲେ। ଏହାକୁ ବିଶ୍ୱସ୍ତରୀୟ ବୋଲି କହିବା ସହ ଏକ୍ସରେ ପୋଷ୍ଟକରି ତାଙ୍କ ଅନୁଭବ ଶେୟାର କରିଥିଲେ। ପିଟରସନ ଏକ୍ସ ପୋଷ୍ଟରେ ଲକ୍ଷ୍ନୌ ଏୟାରପୋର୍ଟ ଟର୍ମିନାଲ୍‌ରେ ଛିଡ଼ା ହୋଇ ଏକ ଫଟୋ ସହ ପୋଷ୍ଟ ଲେଖିଥିଲେ। ବିମାନବନ୍ଦରକୁ ଏକ ଅତ୍ୟାଧୁନିକ ସୁବିଧାରେ ପରିବର୍ତ୍ତନ କରିବାରେ ଲୋକଙ୍କ ଉଦ୍ୟମ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଗର୍ବ ଅନୁଭବ କରିବା ଉଚିତ୍ ବୋଲି ପିଟରସନ ଏକ୍ସରେ ଲେଖିଛନ୍ତି।

ପଢ଼ନ୍ତୁ- ଅନନ୍ତ-ରାଧିକାଙ୍କ ଦ୍ଵିତୀୟ ପ୍ରି-ୱେଡିଂ ପାର୍ଟି, ଦକ୍ଷିଣ ଫ୍ରାନ୍ସ କ୍ରୁଜ୍ ଶିପ୍‌ରେ ହେବ ସେଲିବ୍ରେସନ

ପିଟରସନ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ ଲକ୍ଷ୍ନୌର ବ୍ରାଣ୍ଡ୍ ନୂଆ ଏୟାରପୋର୍ଟ ଟର୍ମିନାଲ୍‌ରେ ଫୁଲର ସଡ଼କ। ଏହା ବିଶ୍ୱସ୍ତରୀୟ! ଏହି ସୁନ୍ଦର ରାଜ୍ୟ ପାଇଁ ସମସ୍ତେ ମିଶି ଖୁବ୍ ଅବିଶ୍ୱାସନୀୟ ପ୍ରୟାସ କରିଛନ୍ତି। ମୁଁ ନିଶ୍ଚିତ ଯେ ଯୋଗୀ ଆଦିତ୍ୟ ନାଥ ଏଥିପାଇଁ ଖୁବ୍ ଗର୍ବ କରୁଥିବେ। ଇଣ୍ଡିଆ ବିକାଶିତ ହେଉଛି।”
ପିଟରସନଙ୍କର ଏହି ପୋଷ୍ଟ ଏବେ ଭାଇରାଲ୍ ହେଉଛି। ପାଖାପାଖି ୪ ଳକ୍ଷ ଭ୍ୟୁ ମିଳିସାରିଲାଣି। ଲୋକମାନେ ମଧ୍ୟ କମେଣ୍ଟ କରି ନିଜ ନଜର ମତ ରଖୁଛନ୍ତି। ପିଟରସନଙ୍କ ପୋଷ୍ଟରେ ପ୍ରତିକ୍ରିୟା ତାଙ୍କୁ ଧନ୍ୟବାଦ ଦେଇଛି ଲକ୍ଷ୍ନୌ ଡେଭଲପମେଣ୍ଟ ଇଣ୍ଡେକ୍ସ। ସଂସ୍ଥା ଏକ୍ସ ପୋଷ୍ଟରେ ରିପ୍ଲାଏ ଦେଇ କହିଛି “ଏଭଳି ମନ୍ତବ୍ୟ ପାଇଁ ଧନ୍ୟବାଦ କେଭିନ ପିଟର୍‌ସନ। ଆମେ ଆଶା କରୁଛୁ ଆପଣ ସହରରେ ରହି ଉପଭୋଗ କରିବେ।”

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.