News7 Logo

ବିଦ୍ୟୁତ ଖୁଣ୍ଟରେ ଚଢିଗଲା ଉତ୍ପାତିଆ ମାଙ୍କଡ଼, ସମସ୍ତେ ହୋଇଗଲେ ନାକେଦମ୍

NEWS7
Monkey

ଚୌଦ୍ୱାର ୧୫।୦୯ : ନାକେଦମ କଲା ମାଙ୍କଡ଼। ତିନି ଘଣ୍ଟା ଧରି ବିଦ୍ୟୁତ ଖୁଣ୍ଟ ଉପରେ ବସିରହିଲା ଉତ୍ପାତିଆ ମାଙ୍କଡ଼ । ଯାହାକୁ ଉଦ୍ଧାର ପାଇଁ ନାକେଦମ ହୋଇଗେଲ ବିଦ୍ୟୁତ ଦମକଳ, ବନ ବିଭାଗ, ପୋଲିସ କର୍ମଚାରୀ ।

ଖବର ଅନୁଯାୟୀ, ଚୌଦ୍ୱାର କଳିଙ୍ଗ ଛକରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ମାଙ୍କଡ଼ ଟି ଚଢିଯାଇଥିଲା । ଯାହାଫଳରେ ବିଦ୍ୟୁତ ସେବା ବନ୍ଦ ହୋଇଥିଲା । ଦୀର୍ଘ ସମୟ ଧରି ମାଙ୍କଡ଼ଟି ବିଦ୍ୟୁତ ଖୁଣ୍ଟରେ ବସିରହିଲା । ଏପିରିକି ସ୍ଥାନୀୟ ଲୋକ ଟେକାମାଡ଼ରେ ଯାଇନଥିଲା । ଶେଷରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ, ବନ ବିଭାଗ ଓ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସମସ୍ତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଅନେକ ସମୟ ଧରି ମାଙ୍କଡ଼କୁ ପାଣି ମାଡ଼ କରିଥିଲା । ହେଲେ ମାଙ୍କଡ ନିଜ ଜାଗାରେ ହଲିବାକୁ ଥିଲା ନାରାଜ । ବିଚ୍‌ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ଲାଗିଥିଲା ଦେଖାଣାହାରୀଙ୍କ ଭିଡ଼ । ଶେଷରେ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମାଙ୍କଡ଼କୁ ବିଦ୍ୟୁତ ଖୁଣ୍ଟରୁ ଉଦ୍ଧାର କରାଯାଇଥିଲା ।