ମେଷ - ଆଜି କାର୍ଯ୍ୟକ୍ଷେତ୍ରରେ ଚାପ ବଢିପାରେ କିନ୍ତୁ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ । ଧନଲାଭର ସମ୍ଭାବନା ରହିଛି କିନ୍ତୁ ଖର୍ଚ୍ଚ ମଧ୍ୟ ବଢିପାରେ । ପରିବାରରେ ସାନ୍ତି ରହିବ । ଅଚାନକ ଖୁସି ଖବର ମିଳିପାରେ । ବନ୍ଧୁଙ୍କ ସହ ସମୟ କଟିବ ।

ବୃଷ - ଆଜି ଭାଗ୍ୟ ସହଯୋଗ କରିବ । ନୂତନ କାମ ଆରମ୍ଭ ପାଇଁ ଶୁଭ ଦିନ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢିବ । ଯାତ୍ରାରେ ସାବଧାନ ରୁହନ୍ତୁ । ବଡ଼ମାନଙ୍କ ଆଶୀର୍ବାଦ ମିଳିବ । ଶିକ୍ଷାରେ ଉନ୍ନତି ହେବ ।

ମିଥୁନ - ଅଚାନକ ଖର୍ଚ୍ଚ ବଢିପାରେ । ମନ ଚିନ୍ତିତ ରହିପାରେ । ସ୍ୱାସ୍ଥ୍ୟରେ ଅଲ୍ପ ଅସୁବିଧା ହେବା ସମ୍ଭାବନା । ବିଚାର କରି କାମ କରନ୍ତୁ । ପରିବାରର ସହଯୋଗ ମିଳିବ । ପୁରୁଣା କାମ ସମାପ୍ତ ହେବ ।

କର୍କଟ - ସହଯୋଗୀଙ୍କ ସହ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ଲାଭ ହେବ । ବିବାହିତ ଜୀବନ ସୁଖମୟ ରହିବ । ନୂତନ ଯୋଗାଯୋଗ ଲାଭକାରୀ ହେବ । ମନୋବଳ ବଢିବ । ନୂତନ ଯୋଜନା ସଫଳ ହେବ ।

ସିଂହ - ଶତ୍ରୁ ଦମନ ହେବ । କାର୍ଯ୍ୟରେ ସଫଳତା ମିଳିବ । ଶରୀରରେ ଥକାନି ଅନୁଭବ କରିପାରନ୍ତି । ନିୟମିତ ଖାଦ୍ୟ ଓ ବିଶ୍ରାମ ଆବଶ୍ୟକ । କାମରେ ପ୍ରଶଂସା ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ ।

କନ୍ୟା - ଶିକ୍ଷା ଓ ପ୍ରେମ ଜୀବନରେ ଭଲ ପରିଣାମ ମିଳିବ । ସୃଜନଶୀଳ କାର୍ଯ୍ୟରେ ସଫଳତା । ସନ୍ତାନ ପକ୍ଷରୁ ସୁଖବାର୍ତ୍ତା ମିଳିପାରେ । ଆତ୍ମବିଶ୍ୱାସ ବଢିବ । ପ୍ରତିଭା ପ୍ରଦର୍ଶନ କରିପାରିବେ ।

ତୁଳା - ଘରୋଇ କାମରେ ବ୍ୟସ୍ତତା ବଢିବ । ମନସିକ ଚିନ୍ତା ହୋଇପାରେ । ବୃଦ୍ଧଙ୍କ ସଲାହ ନେବା ଉଚିତ । ଜମି-ଘର ସମ୍ବନ୍ଧୀୟ କାମରେ ସାବଧାନ । ପରିବାରରେ ସମୟ ଦିଅନ୍ତୁ । ଧୈର୍ଯ୍ୟ ରଖିବା ଦରକାର ।

ବିଛା - ସାହସ ବଢିବ । ଛୋଟ ଯାତ୍ରା ହେବା ସମ୍ଭାବନା । ଭାଇ-ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ । କାମରେ ଧୀରେ ଧୀରେ ସଫଳତା ଆସିବ । ନୂତନ ଦକ୍ଷତା ଶିଖିବେ । ମନ ଖୁସି ରହିବ ।

ଧନୁ - ଧନଲାଭ ହେବ କିନ୍ତୁ ଖର୍ଚ୍ଚ ନିୟନ୍ତ୍ରଣ ଜରୁରୀ । ପରିବାରରେ ସମ୍ମାନ ବଢିବ । ମିଠା କଥାରେ ସମସ୍ୟା ସମାଧାନ ହେବ । ଆର୍ଥିକ ଯୋଜନା କରନ୍ତୁ । ଖୁସିର ମହଳ ରହିବ ।

ମକର - ଆତ୍ମବିଶ୍ୱାସ ବଢିବ । ନୂତନ ସୁଯୋଗ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ । ଶାନ୍ତ ମନେ ନିଷ୍ପତ୍ତି ନେବା ଭଲ । ଉଚ୍ଚ ଲକ୍ଷ୍ୟ ପ୍ରାପ୍ତିରେ ଗତି ଆସିବ । ପରିବାର ସହଯୋଗ ମିଳିବ ।

କୁମ୍ଭ - ଖର୍ଚ୍ଚ ବଢିବ । ବିଦେଶ ସମ୍ବନ୍ଧୀୟ କାମରେ ଲାଭ ହେବ । ଧ୍ୟାନ ଓ ଯୋଗ କରିଲେ ମନ ଶାନ୍ତ ରହିବ । ଗୁପ୍ତ ଶତ୍ରୁରୁ ସାବଧାନ । ଏକାକୀ ଭାବ ଆସିପାରେ । ଧାର୍ମିକ ଚିନ୍ତା ବଢିବ ।

ମୀନ - ଆୟ ବଢିବ । ପୁରୁଣା ମିତ୍ରଙ୍କ ସହ ମିଳନ ହେବ । ଇଚ୍ଛା ପୂରଣ ହେବାର ସମ୍ଭାବନା । ସମାଜରେ ସମ୍ମାନ ବଢିବ । ନୂତନ ଯୋଜନାରେ ସଫଳତା । ମନରେ ଆନନ୍ଦ ରହିବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682