ବୈଶାଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବୈଶାଳୀ ଜିଲ୍ଲାରେ ନୀତିଶ ସେତୁ ଉଦଘାଟନ କରି ୨୦୨୫ ବିହାର ବିଧାନସଭା ନିର୍ବାଚନ ବିଜୟ ସମାରୋହରେ ତାଙ୍କ ଭାଇରାଲ ‘ଗାମୁଛା’ ବୁଲେଇବାର ସିନ୍ ରିକ୍ରିୟେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଇଭେଣ୍ଟ କାଳରେ ତାଙ୍କ ଗାମୁଛା ବୁଲାଉଥିବାର ଦେଖାଯାଇଛି। ମୋଦିଙ୍କ ଏହି ଇସାରା ଗତବର୍ଷ ନିର୍ବାଚନ ପରେ ସବୁଠୁ ଅଧିକ ସେୟାର କରାଯାଇଥିବା ଭିଜୁଆଲ୍ସ୍ ମଧ୍ୟରୁ ଅନ୍ୟତମ ଥିଲା। ମୋଦି ମଧୂବନୀ ପ୍ରିଣ୍ଟର ଷ୍ଟୋଲ ପିନ୍ଧି ହାଲୁକା ରଙ୍ଗର ଗାମୁଛା ବୁଲାଉଥିବା ଛବି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। କିଛି ସମୟ ପରେ ଏହା ମୋଦିଙ୍କ ଗାମୁଛା ହାସ୍ ଟ୍ୟାଗରେ ଟ୍ରେଣ୍ଡିଂ କରିଥିଲା।

ମୋଦିଙ୍କ ଗାମୁଛା ଶବ୍ଦ ଅନଲାଇନରେ ମଧ୍ୟ ବେଶ୍ ପପୁଲାର ହୋଇଥିଲା ଓ ସମର୍ଥକ ଏହି କ୍ଷଣକୁ ରାଜ୍ୟରେ ଏନଡିଏର ନିର୍ବାଚନୀ ପ୍ରଦର୍ଶନ ସହ ଯୋଡିଥିଲେ। ମେଣ୍ଟ ୨୪୩ ବିଧାନସଭା ଆସନରୁ ୨୦୨ଟି ଜିତିଥିଲା। ଏହି କ୍ଷଣକୁ ଏନଡିଏର ନିର୍ବାଚନ ବିଜୟ କ୍ଷଣ ଭାବେ ଖୁବ୍ ସେୟାର କରାଯାଇଥିଲା ଓ ସମର୍ଥକ ‘ବିହାରର ଲୋକେ ଗର୍ଦ୍ଦା ଉଡାଇଦେଲେ’ ଲାଇନ ମଧ୍ୟ ସେୟାର କରିଥିଲେ। ଏହି ନିର୍ବାଚନର ବିଜୟ ଉତ୍ସବ ପାଳନ କାଳରେ ମୋଦି ବିଜେପି କାର୍ଯ୍ୟାଳୟକୁ ଗାମୁଛା ବୁଲେଇ ବୁଲେଇ ପ୍ରବେଶ କରିଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

ଏହି କ୍ଷଣର ଏକ ଭିଡିଓ ଯାହା ଗେମ୍ସ ଅଫ ବାସେପୁରର ବଲିଉଡ ଟ୍ରାକ୍ ‘ଜିୟା ହୋ ବିହାର କେ ଲାଲ’ରେ ତିଆରି ହୋଇଥିଲା। ଏହା ଅନଲାଇନରେ ମୋଦିଙ୍କ ଗାମୁଛା ବୁଲେଇବାର ଦୃଶ୍ୟକୁ ଆହୁରି ପପୁଲାର କରିଥିଲା। ନୀତିଶ ସେତୁ ଉଦଘାଟନରେ ବିହାର ଗଭର୍ଣ୍ଣର ଲେଫ୍ଟନାଣ୍ଟ ଜେନରାଲ ସୈୟଦ ଅତା ହସନୈନ (ଅବସରପ୍ରାପ୍ତ), କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ଅନ୍ୟ ବଡ ନେତା ମଧ୍ୟ ଉପସ୍ଥିତ ଥିଲେ।