News7 Logo

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆଗେଇ ଆସିଲେ ବିଧାୟକ, ଚାଲି ଚାଲି ଗଲେ ଦୁର୍ଗମ ଅଞ୍ଚଳ

NEWS7
mla

କଳାହାଣ୍ଡି ୧୩/୦୯: ଦୁର୍ଗମ ତଥା ଅପହଞ୍ଚ ଇଲାକା । ଗାଡି ମଟର ଯିବା ମୁସ୍କିଲ । କେବଳ ରାସ୍ତା ପାଦଚଲା । ତେବେ ଏହି ଦୁର୍ଗମ ଅଞ୍ଚଳକୁ ଚାଲି ଚାଲି ଗଲେ ବିଧାୟକ । ପାଦରେ ଚାଲି ଚାଲି ଦୀର୍ଘ ପାଞ୍ଚ କିମି ଗଲେ ସେ । କୋକସରା ବ୍ଲକରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଚେକ ଡ୍ୟାମ ଗୁଡିକ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସୁଦ୍ଧା ଚାଷୀମାନେ ପାଣି ପାଇ ନ ପାରିବା ଅଭିଯୋଗ ହେଲା ପରେ ଆଜି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଧର୍ମଗଡ ବିଧାୟକ ସୁଧୀର ପାଟଯୋଷୀ ।

ତେବେ ବଣ ଜଙ୍ଗଲ ଘେରା ଅଞ୍ଚଳରେ ରାସ୍ତା  ନଥିବାରୁ ବିଧାୟଙ୍କ କାର କିମ୍ବା ବାଇକ ଯାଇପାରିନଥିବା ଯୋଗୁଁ ଜଙ୍ଗଲ ମଧ୍ୟରେ ପାଦରେ ଚାଲି ଯିବାକୁ ପଡିଥିଲା । ଆମପାଣି ପଞ୍ଚାୟତର ମୋଡୋସିଲ, ଅଠରନଳା, ପେନସାଲ ଆଦି ଅଞ୍ଚଳ ପରିଦର୍ଶନ କଲେ ବିଧାୟକ ।

ସୂଚନାଥାଉକି, କୋକସରା ବ୍ଲକର ଅନେକ ଅଞ୍ଚଳ ରେ ଚାଷୀଙ୍କ ପାଈଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ ଡ୍ୟାମ୍ପ କରାଯାଇଛି । ହେଲେ ଅନେକ ଗୁଡିଏ ଚେକ ଡ୍ୟାମ୍ପ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଭାଙ୍ଗି ଯିବା ସହିତ ଠିକାଦାର ପୋଷା ନୀତିରେ ହୋଇଥିଲା । ଯାହା ପାଈଁ ଚେକ ଡ୍ୟାମ୍ପ ହୋଇଥିଲେ ମଧ୍ୟ ଚାଷୀ ପାଣି ପାଈଁ ପାରୁ ନାହାନ୍ତି ଯାହାକୁ ନେଇ ଚାଷୀ ମାନେ ଅନେକ ଥର ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଧର୍ମଗଡ ଗସ୍ତ ସମୟରେ ଚାଷୀ ମାନେ ଏହି ସମସ୍ୟା ବିଷୟରେ ବିଜେପି ସଭାପତି ଙ୍କୁ ଦାବିପତ୍ର ଦେଇଥିଲେ ।

ଯାହାକୁ ନେଇ ବିଜେପି ସଭାପପତି ସାମଲ ଚାଷୀଙ୍କ ସବୁ ସମସ୍ୟାର ସମାଧାନ କରାଯିବ । କିଭଳି ଭାବରେ ଚାଷୀ ମାନେ ପାଣି ପାଇପାରିବେ ତାର ବ୍ୟବସ୍ଥା ମୁଁ ନିଜେ କରିବାର ଦାୟିତ୍ୱ ନେଉଛି ବୋଲି କହିଥିଲେ । ତେବେ ଧର୍ମଗଡ ବିଧାୟକ ଏହି ସବୁ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସମସ୍ୟର ସମାଧାନ ତୁରନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ ।