ଉଦଳା ୮।୭: ମ୍ୟାରେଜ୍ ପାର୍ଟିକୁ ଯିବା ପଡିଲା ମହଙ୍ଗା । ମନ ଖୁସିରେ ବାହାଘରରେ ଯୋଗଦେଲେ । ଭୋଜି ବି ଖାଇଲେ । ହେଲେ ବାହାଘର ସାରି ଘରକୁ ଫେରିବା ପରେ ଯାହା ଦେଖିଲେ ଗୋଡ଼ ତଳୁ ମାଟି ଖସିଗଲା । ଘରେ ପହଞ୍ଚିବା ବେଳକୁ ବୁଲିଯାଇଥିଲା କଳକନା । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କରକଚିଆ ଗାଁରେ ଘଟିଛି ଏଭଳି ଲୁଟ୍ ଘଟଣା । ପୋଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କରକଚିଆ ଗାଁର ପ୍ରଶାନ୍ତ ବେହେରା ତାଙ୍କ ପରିବାର ସହିତ ଏକ ବାହାଘରକୁ ଯାଇଥିଲେ । ହେଲେ ବାହାଘରରୁ ଫେରିବା ପରେ ଘର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଘର ଭିତରେ ଥିବା ଆଲମାରୀ ଭଙ୍ଗା ଯାଇଥିବା ଜଣାପଡିଥିଲା । ଆଲମାରୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ଜାଣି ପୋଲିସକୁଏ ନେଇ ଖବର ଦେଇଥିଲେ ।

Also Read: ମହାନଦୀ ବନ୍ୟା ଜଳ ପରିଚାଳନା ନେଇ ବୈଠକ : ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଆଲୋଚନା

ଲୁଟେରା ମାନେ ନଗଦ ୩୦ ହଜାର ଟଙ୍କା ସହିତ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ପୋଲିସ ଲୁଟେରାମାନଙ୍କ ନିକଟରେ ପହଞ୍ଚିନଥିବା ବେଳେ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛି ।