କଣ୍ଟାବାଞ୍ଜି ୧୭।୧୦: ସୁରଟରୁ ବ୍ରହ୍ମପୁର ଫେରୁଥିବା ବେଳେ ଟ୍ରେନ୍‌ରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ।

ଗୋବିନ୍ଦ ପ୍ରାୟ ୧୦ ବର୍ଷ ଧରି ସୁରଟର ଏକ ସୂତାକଳରେ କାମ କରୁଥିଲେ । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ବେ ସେ କାମ କରୁଥିଲେ । ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସେ ସେଠାରେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଗାଁକୁ ଫେରୁଥିଲେ ।

Also Read:- ABVPର ବିଜୟ ନେଇ ଅମିତ ଶାହଙ୍କ ପୋଷ୍ଟ, ଲେଖିଲେ- ଏହି ରେଜଲ୍ଟ ଦେଶ ବିରୋଧୀଙ୍କୁ ଶକ୍ତିଙ୍କ ପାଇଁ କଡ଼ା ଜବାବ

ଶୁକ୍ରବାର ରାତିରେ ସୁରଟରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଶନିବାର ଭୋର ପ୍ରାୟ ୩ଟା ସମୟରେ କଣ୍ଟାବାଞ୍ଜି ଷ୍ଟେସନ ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । କଣ୍ଟାବାଞ୍ଜି ଷ୍ଟେସନରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଖବର ପାଇ କଣ୍ଟାବାଞ୍ଜି ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Watch Video: