ବିମାନବନ୍ଦରରୁ ୩.୭୭ କେଜି ସୁନା ଜବତ, ଦୁବାଇରୁ ଆସିଥିଲା ଭୁବନେଶ୍ବର

Published By : Prameya-News7 Bureau | May 08, 2024 IST

ଭୁବନେଶ୍ବର ୮।୫: ଭୁବନେଶ୍ବର ବିମାନବନ୍ଦରରୁ ଚୋରା ସୁନା ଜବତ ହୋଇଛି । ପ୍ରାୟ ୩ କେଜି ୭୭ ଗ୍ରାମର ସୁନା ଜବତ ହୋଇଛି । ଚୋରା ସୁନାକୁ ଜବତ କରିଛି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । 

୪ ଜଣ ଯାତ୍ରୀ ସୁନା ନେଇ ଦୁବାଇରୁ ଭୁବନେଶ୍ବର ଆସିଥିଲେ । ଯାତ୍ରୀଙ୍କୁ ଯାଞ୍ଚ ବେଳେ ବ୍ୟାଗରେ ସୁନା ଥିବା ଜଣାପଡିଥିଲା । ଦୁବାଇରୁ ଭୁବନେଶ୍ବରକୁ ଆସିଥିବା ସୁନା କାହା ପାଖକୁ ଆଣୁଥିଲେ ତାହାର ତଦନ୍ତ କରୁଛି ଡିଆରଆଇ । 

You Can Read :

ଅତାବିରାରେ ବିକାଶର ହିସାବ ଦେଲେ ଭି.କେ. ପାଣ୍ଡିଆନ୍, ଯୋଡି ଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.