ନିଶା ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ୫ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

Published By : Prameya-News7 Bureau | May 08, 2024 IST

ବ୍ରହ୍ମପୁର ୮।୫: ବ୍ରହ୍ମପୁରରେ ଚାଞ୍ଚଲ୍ୟ । ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ୫ ଅଭିଯୁକ୍ତ ଗିରଫ । ଗଣଦୁଷ୍କର୍ମ ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ, ଗତ ୩ ତାରିଖରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ  କରାଯାଇଥିଲା । ଘରକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ହିଲପାଟଣା ନିକଟରେ ଜନୈକ ଛାତ୍ରୀଙ୍କର ସାଙ୍ଗଙ୍କ ସହ ଦେଖା ହୋଇଥିଲା । ନୂଆ ବସଷ୍ଟାଣ୍ଡ ନିକଟରେ ଛାତ୍ରୀଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ ସାଙ୍ଗ । ଛାତ୍ରୀ ଜଣକ ସାଙ୍ଗଙ୍କ ସହ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାକୁ ଯିବାପରେ ସେଠାରେ କିଛି ଯୁବକ ରହୁଥିବା ଜାଣିବାକୁ ପାଇଥିଲେ । ପହଞ୍ଚିବା ପରେ ପିଇବା ପାଇଁ ଛାତ୍ରୀଙ୍କୁ ପାଣି ଦେଇଥିଲେ । ନିଶା ମିଶ୍ରିତ ପାଣି ପିଇବା ପରେ ଛାତ୍ରୀ ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ୫ ଜଣ ଯୁବକ ୨ ଘଣ୍ଟା ଯାଏଁ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଏସପି କହିଛନ୍ତି । ଚେତା ଫେରିବା ପରେ ସମ୍ପୃକ୍ତ ଯୁବକ ଜଣକ ଛାତ୍ରୀଙ୍କୁ ନେଇ ରାସ୍ତାରେ ଛାଡିବା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ହତ୍ୟା କରିବା ନେଇ ଧମକ ଦେଇଥିଲେ । ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଥିବା ଏସପି କହିଛନ୍ତି । ଘଟଣାରେ ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

You Can Read :

ବିଜେଡିରେ ମିଶିଲେ କୋରେଇର ବିଜେପି ନେତା ଆଲେକଜାଣ୍ଡାର ଦାସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.