ଡବଲିନ୍, ୨୧/୦୮ : ଦାମୀ ମହଲ କିଣିଲେ ମାର୍କ ଜୁକରବର୍ଗ । ଫେସବୁକର ପ୍ରତିଷ୍ଠାତା ମାର୍କ ଏବଂ ତାଙ୍କ ପତ୍ନୀ ପ୍ରିସକିଲ୍ଲା ଚାନ୍ ଆୟାରଲ୍ୟାଣ୍ଡରେ ୨୦୦ ବର୍ଷ ତଳର ଏକ କ୍ୟାସଲ ବା ପୁରୁଣା ମହଲ କିଣିଛନ୍ତି । ଏନେଇ ସେମାନଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।

ଏହି ସୁନ୍ଦର କ୍ୟାସଲଟି ଗୋଥିକ୍ ଷ୍ଟାଇଲରେ ତିଆରି ହୋଇଛି । ଯାହା ୪୪୦ ଏକର ଜମିରେ ପରିବ୍ୟାପ୍ତ । ଉଭୟ ମାଇକେଲ୍ ଆଲାନ୍ ବକଲିଙ୍କଠାରୁ ଏହାକୁ କିଣିଛନ୍ତି । ତେବେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ମାର୍କ ଏବଂ ତାଙ୍କ ପରିବାର ଆଗକୁ ଆୟାରଲ୍ୟାଣ୍ଡରେ କଣିଥିବା ଏହି ଐତିହାସିକ କ୍ୟାସଲରେ ସମୟ ବିତାଇବେ । ଏଠାରେ ମେଟାର ଅନ୍ତର୍ଜାତୀୟ ମୁଖ୍ୟାଳୟ ମଧ୍ୟ ରହିଛି ।

କୁହାଯାଉଛି ଯେ, ମାର୍କ କିଣିଥିବା କ୍ୟାସଲ ତିନି ମହଲା ବିଶିଷ୍ଟ । ଏହା ୧୬ ହଜାର ସ୍କୋୟାର ଫିଟରେ ରହିଛି । ଏହାର ସମ୍ମୁଖ ଭାଗରେ ଏକ ନଦୀ ପ୍ରବାହିତ ହେଉଛି । କୁହାଯାଇଛି ଯେ ଏହାର ଦାମ୍ ୨୩ରୁ ୩୫ ମିଲିୟନ ଡଲାର । ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୩୩୦ କୋଟି ଟଙ୍କା ହେବ । ଏଠାରୁ ୧୨୫ କିମି ଦୂର ଡବଲିନରେ ମେଟାର ଅନ୍ତର୍ଜାତୀୟ ମୁଖ୍ୟାଳୟ ରହିଛି । ଉଭୟ ମାର୍କ ଏବଂ ତାଙ୍କ ପତ୍ନୀ ଆମେରିକାରେ ରହିବେ । କିନ୍ତୁ ସେମାନେ ଏଠାରେ ମଧ୍ୟ ସମୟ ଅତିବାହିତ କରିବେ ।

ରିପୋର୍ଟ ଅନୁସାରେ, କ୍ୟାସଲକୁ ୧୮୨୭ ମସିହାରେ ନିର୍ମାଣ କରାଯାଇଥିଲା । ବ୍ରିଟେନର ଜଣେ ରାଜନେତା ଏହାକୁ ତିଆରି କରିଥିଲେ । ଏଥିରେ ସ୍ୟାଣ୍ଡଷ୍ଟୋନ୍ ଏବଂ ଲାଇମଷ୍ଟୋନ୍ ରହିଛି । ପରେ ଆଲେନ୍ ବକଲି ପରିବାର ଏହାକୁ ନୂଆ ରୂପ ଦେଇଥିଲେ । ଦି ହାଉସ୍ ଅଫ୍ ଆୟରଲ୍ୟାଣ୍ଡରେ ଏହାକୁ ସ୍ଥାନ ମିଳିଛି । ସବୁଠାରୁ ବଡ କଥା ହେଉଛି ଯେ ଏହାର ରୋଷେଇ ଘରଠୁ ଡାଇନିଂ ରୁମ୍ ଯିବା ପାଇଁ ସାଢେ ୪ରୁ ୫ମିନିଟ୍ ସମୟ ଲାଗିବ ।

ଇତିହାସକୁ ଦେଖିଲେ ଏହି କ୍ୟାସଲ ପାଖରେ ଅନ୍ୟ ଏକ କ୍ୟାସଲ ଥିଲା । ଯାହାକୁ ମର୍ଡରିଂ ହୋଲ୍ କୁହାଯାଉଥିଲା । ଅନେକ ବ୍ୟକ୍ତିଙ୍କୁ ଏଠାରେ ଥିବା ନଦୀରେ ହତ୍ୟା କରି ଫିଙ୍ଗା ଯାଉଥିବାରୁ ଏପରି ନାମକରଣ କରାଯାଇଥିଲା ।