ଭୁବେନେଶ୍ୱର ୧୦/୦୧: ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ ଗଢିବେ ନୂଆ ଦଳ । ଏ ନେଇ ଚର୍ଚ୍ଚା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ସ୍ୱାଧୀନତା ପରେ ଶହ ଶହ ରାଜନୈତିକ ଦଳ ଗଠନ ହୋଇଛି । କିନ୍ତୁ କେତେ ସଫଳ ହେବ ତାହା ଭବିଷ୍ୟତ କହିବ ।

ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେ କୌଣସି ଲୋକ ଚାହିଁବ ରାଜନୈତିକ ଦଳ ଗଠନ କରିପାରିବ । ଯିଏ ଇଚ୍ଛା ଆଗ୍ରହ ପ୍ରକାଶ କରିବ ସେ ଦଳ ଗଠନ କରିପାରିବ । କଂଗ୍ରେସର ଅଭ୍ୟନ୍ତରୀଣ କନ୍ଦଳ ରହିଛି, କଂଗ୍ରେସର ଅସନ୍ତୁଷ୍ଟ ନେତୃତ୍ୱଙ୍କୁ ନେଇ ସେ ଦଳ ଗଠନ କରୁଛନ୍ତି । ଏହା ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ ଶୁଣାଇଦେଇଛନ୍ତି । 

​​​​​​​ସୂଚନା ଥାଉକି, ଆଗାମୀ ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ ଗଠନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମୋକ୍କିମ । ଏଇ ୧୨ ତାରିଖରେ ଏହାର ମୂଳଦୁଆ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ୍ । ସେ ଆହୁରି କହିଛନ୍ତି, ଭୁବନେଶ୍ବରରେ ୧୨ ତାରିଖରେ ଯୁବ ସମାବେଶ ହେବ ।

ଏଥିରେ ଉପକୂଳ ଓଡ଼ିଶାର ବହୁ ଯୁବନେତା ସାମିଲ ହେବେ। ସେଥିରେ ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା ହେବ। ପରେ ମହିଳା ଓ ଚାଷୀ ସମବେଶ ହେବ। ନୂଆ ରାଜନୈତିକ ସମୀକରଣ ପାଇଁ ଆଲୋଚନା ଚାଲିଛି ଓ ବିଭିନ୍ନ ଲୋକଙ୍କ ପରାମର୍ଶ ଲୋଡ଼ାଯାଉଛି। ଯାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ।