LIVE TV

ଠେକୁଆ ଦେଖାଇବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ, ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

NEWS7
Jajpur

ଯାଜପୁର ୧୯।୯: ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ । ନାବାଳିକା ଛାତ୍ରୀକୁ ଠେକୁଆ ଦେଖାଇବାକୁ କହି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଅରକ୍ଷିତ ପରିଡ଼ାକୁ ଆଜୀବନ ଜେଲ୍ ଦଣ୍ଡାଦେଶ । 

ସୂଚନାଯୋଗ୍ୟ ଯେ, ଗତ ୨୩ ଅକ୍ଟୋବର ୨୦୨୪ ମସିହାରେ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଅଭିଯୁକ୍ତ ନାବାଳିକାକୁ ଡ଼ାକି ଠେକୁଆ ଦେଖାଇବାକୁ କହି ଦୁଷ୍କର୍ମ କରିଥିଲେ । କାହାରିକୁ ଏକଥା କହିଲେ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ପୀଡ଼ିତା ଗୁରୁତର ହୋଇ ବରୀ ସହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ତାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ତାଙ୍କ ସମ୍ପର୍କୀୟ ଓ ପରିବାରକୁ ଜଣାଇବା ପରେ ପୋଲିସ ନିକଟରେ ମାମଲା ରୁଜୁ ହୋଇଥିଲା । ସେହି ଘଟଣାର ବିଚାର କରି ଓ ୨୩ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ  ଦେଇଛନ୍ତି ସ୍ଵତନ୍ତ୍ର ପୋସ୍କୋ କୋର୍ଟ । ଏଥିସହ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ ଲାଗି  ପୋସ୍କୋ କୋର୍ଟ ନିର୍ଦ୍ଦେଶ ଦେଇଥିବା ଓକିଲ ସୂଚନା ଦେଇଛନ୍ତି ।