ନୂଆଦିଲ୍ଲୀ: ମାଫିଆ ପାଇଁ ଜଣେ ମେଧାବୀଙ୍କ ଭବିଷ୍ୟତ ଯେପରି ନଷ୍ଟ ନହେଉ। କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ନହେଉ, ତାହା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ବାତିଲ କରାଯାଇଛି ପରୀକ୍ଷା। NEET-UG 2026 ପରୀକ୍ଷା ବାତିଲ ହେବାର କିଛି ଦିନ ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନିଟ୍ରେ ସ୍ୱଚ୍ଛତା ଆଣିବା ପାଇଁ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ବର୍ଷରୁ NEET ପରୀକ୍ଷା କମ୍ପ୍ୟୁଟର-ଆଧାରିତ (CBT) ଫର୍ମାଟରେ କରାଯିବ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପେପର ଲିକ୍ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଇ ମାସରେ ହୋଇଥିବା ପରୀକ୍ଷା ବାତିଲ କରାଯିବାର ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ କହିଛନ୍ତି ଯେ NTA ଯେଉଁଠାରେ ବିଫଳ ହେଉଛି, ଆମକୁ ତାହାର ସମାଧାନ କରିବାକୁ ପଡିବ । ଭୁଲ୍ ପାଇଁ NTAକୁ ଦାୟୀ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ପ୍ରସଙ୍ଗ ଆମ ଦୃଷ୍ଟିକୁ ଆସିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ବେଦନଶୀଳ । ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଅଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଅଯୋଗ୍ୟ ପିଲା ପାସ୍ କରନ୍ତୁ ବୋଲି ଆମେ ଚାହୁଁନାହୁଁ । ଏହା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଶ୍ନପତ୍ର ଲିକ୍ ହେବା କଥା ଜାଣିବା ପରେ ତ୍ୱରିତ ପଦକ୍ଷେପ ନେଇଥିଲା ମନ୍ତ୍ରାଳୟ ।

ତୁରନ୍ତ NEET -UG ପରୀକ୍ଷା ରଦ୍ଦ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଏକ ସାମାଜିକ ବ୍ୟାଧି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଆସନ୍ତା ବର୍ଷ ଠାରୁ CBT ମୋଡ୍ରେ NEET-UG ପରୀକ୍ଷା ହେବ । ପେପର୍ ଲିକ୍ ଘଟଣାରେ ଦୋଷୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

also read- ଏସିଆର ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ‘ଟଙ୍କା’, ଡଲାର ତୁଳନାରେ ୯୬ ସ୍ତର ନିକଟତର

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) କହିଛି ଯେ NEET (UG) 2026 ପୁନଃପରୀକ୍ଷା ଜୁନ୍ 21 ତାରିଖରେ ଅନୁଷ୍ଠିତ ହେବ। ପେପର ଲିକ୍ ଅଭିଯୋଗକୁ ନେଇ NTA ମେ ୩ ତାରିଖରେ ହୋଇଥିବା NEET (UG) 2026 ପରୀକ୍ଷାକୁ ବାତିଲ କରିବାର ନିଷ୍ପତ୍ତି ଘୋଷଣା କରିଥିଲା। NEET (UG) 2026 ର ପୁନଃପରୀକ୍ଷା 21 ଜୁନ୍ 2026 ରବିବାର ଦିନକୁ ସ୍ଥିର କରିଛି।