ଭୁବନେଶ୍ବର ୧୩।୪: ଲୋକଙ୍କ ପାଖକୁ ଯିବ, ଘରକୁ ଘର ବୁଲିବ ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଶୁଖିଲା ପଡ଼ିଥିବା କଥା ପୁଣି ଓଡ଼ିଶାବାସୀଙ୍କୁ ମନେ ପକାଇବ । ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ରରେ ସର୍ବଦଳୀୟ ନେତା, ତିନି ଜଣ ପୂର୍ବତନ ଇଆଇସି ଓ ଅନ୍ୟ ଷ୍ଟେକ୍ ହୋଲ୍ଡର ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ମହାନଦୀ ଟ୍ରିବ୍ୟୁନାଲ ଓ ମହାନଦୀର ଭାଗ୍ୟ । କେମିତି ହେବ ଜଳ ବିବାଦର ସମାଧାନ ? ସୋମବାର ଏହି ଶୀର୍ଷକ ବିଷୟ ନେଇ ଆଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଶେଷ ହୋଇଛି । ସେପଟେ ମହାନଦୀ ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଗାମୀ ୯ ମାସ ଯାଏ କାର୍ଯ୍ୟଭାର ବୃଦ୍ଧି କରାଯାଇଛି । ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବୃଦ୍ଧି ହେବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଯେଉଁ ଟ୍ରିବ୍ୟୁନାଲ ବର୍ଷ ବର୍ଷ ଧରି ସମାଧାନର ବାଟ ଫିଟାଇ ପାରିଲା ନାହିଁ ୯ ମାସରେ କ’ଣ କରିପାରିବ ବୋଲି ପ୍ରଶ୍ନ କରିଛି ।

Also Read:- କେନାଲ କଡ଼ରେ ପଡିଛି ଅଧା ପୋଡ଼ା ନରକଙ୍କାଳ, ଅନ୍ୟ କେଉଁଠି ମାରି ଏଠି ପୋଡ଼ିଥିବା ସନ୍ଦେହ

ମହାନଦୀର ସମାଧାନ ବାହାରି ନ ପାରିବା ପାଇଁ ଗତ ସରକାର ଓ ଚଳିତ ସରକାରଙ୍କ ଆଭିମୁଖ୍ୟକୁ ଦାୟୀ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ପ୍ରଧାନମନ୍ତ୍ରୀଙ୍କୁ ମହାନଦୀ ଟ୍ରିବ୍ୟୁନାଲ ଭୂମିକା ଓ ସମାଧାନକୁ ନେଇ ଲେଖିଥିବା ଚିଠିର ଉତ୍ତରକୁ ବି ନୈରାଶ୍ୟଜନକ ବୋଲି କହିଛନ୍ତି ।