News7 Logo

ଶେଷ ମ୍ୟାଚ୍‌ରେ ମେସି ଜଲଓ୍ୱା: ଦୁଇଟି ଗୋଲ ଦେଇ ମ୍ୟାଚ୍ ଜିତାଇଲେ, ମୈଦାନରେ କାନ୍ଦିଲେ

NEWS7
mesi

ନୂଆଦିଲ୍ଲୀ ୦୫/୦୯: ମହାନ ଫୁଟବଲ ତାରକା ଲିଓନେଲ୍ ମେସି । ଅଲ୍‌ ଟାଇମ୍ ଫେଭରିଟ୍ । ଫ୍ୟାନ୍ସ ତାଙ୍କୁ ଗୋଟ୍‌ ବୋଲି ସମ୍ୱରଣ କରନ୍ତି । ମହାନ ଫୁଟବଲର ମେସି ଆର୍ଜେଣ୍ଟିନା ପକ୍ଷରୁ ଭେନେଜୁଏଲା ବିପକ୍ଷରେ ଖେଳିଥିଲେ ମ୍ୟାଚ୍ । ଫିପା ବିଶ୍ୱକପ୍ କ୍ୱାଲିଫାୟାର ମୁକାବିଲା ଖେଳିଥିଲେ । ଏହି ମୁକାବିଲା ୟୁନସ ଆୟର୍ସରେ ଖେଳାଯାଇଥିଲା । ଯେଉଁଥିରେ ଆର୍ଜେଣ୍ଟିନା ୩-୦ ରେ ଜିତିଥିଲା ମ୍ୟାଚ୍ । ଆର୍ଜେଣ୍ଟିନା ପକ୍ଷରୁ କ୍ୟାପଟେନ୍ ମେସି ଦେଇଥିଲେ ଦୁଇଟି ଗୋଲ୍ ।

​​​​​​​ବୋଧ ହୁଏ ସେ ଶେଷ ଥର ନିଜ ଘରୋଇ ମାଟିରେ ଖେଳିଛନ୍ତି ଶେଷ ମ୍ୟାଚ୍ । ଯେଉଁଥିପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଇମୋସନାଲ ସିନ୍ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଲିଓନେଲ୍ ମେସି କାନ୍ଦୁଥିବାର ନଜର ଆସିଥିଲେ । ତାଙ୍କର ଚେହେରାରୁ ସ୍ପଷ୍ଟ ଭାବେ ବାରି ହୋଇପଡିଥିଲା । ଆଉ ଏହି ମୁହୂର୍ତ୍ତ ବି ଥିଲା ବେଶ ଭାବପୂର୍ଣ୍ଣ । କେବଳ ଫ୍ୟାନ୍ସ ନୁହେଁ ସାଥୀ ଖେଳାଳି ବି ମେସିଙ୍କୁ ଦେଖି ଆଖିରେ ଆସିଯାଇଥିଲା ଲୁହ ।

​​​​​​​ୟୁନସ ଆୟର୍ସରେ ବର୍ଷ ବର୍ଷ ଧରି ମେସି ତାଙ୍କ ଖେଳକୁ ବହୁତ ଉପଭୋଗ କରୁଥିଲେ । କିନ୍ତୁ ଏହି ରାତି ମେସିଙ୍କ ଆଖିରେ ଲୁହରେ ଷ୍ଟାଡିୟମ ହୋଇଥିଲା ଇମୋସନାଲ୍ । ସବୁଠୁ ଭାବବିହ୍ୱଳର ସମୟ ଥିଲା ଯେବେ ମେସି ତାଙ୍କ ୩ ପିଲାଙ୍କ ହାତ ଧରି ମୈଦାନରେ ଓହ୍ଲେଇଥିଲେ । ପୁରା ଷ୍ଟାଡିୟମ ମେସି-ମେସି ଶବ୍ଦରେ ଗୁଞ୍ଜରିତ ହୋଇଥିଲା । ମେସିଙ୍କ ସ୍ତ୍ରୀ, ମାଆ ବାପା ଏବଂ ଭାଇ-ଭଉଣୀ ଷ୍ଟାଣ୍ଡରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ମେସିଙ୍କ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଦେଇଥିଲେ । ଚେଷ୍ଟା କରିଥିଲେ କେମିତି ଲୁହ ନବାହାରୁ ।

କିନ୍ତୁ ଶେଷରେ ଭାବବିହ୍ୱଳ ହେବାରୁ ବାହାରିପଡିଥିଲା ଲୁହ । ଯେବେ ମେସି ୩୯ ମିନିଟ୍ ଏବଂ ୮୦ ମିନିଟର୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଏମିତି ହୋ ହଲ୍ଲା ହୋଇଥିଲା କି, କିଛି ବି ଶୁଭିନଥିଲା । କୋଚ୍ ମେସି ଏବଂ ବାକି ଖେଳାଳି ମଧ୍ୟ ଇମୋସନାଲ ହୋଇଥିଲେ । ମ୍ୟାଚ୍ ସରିବା ପରେ ପୁରା ଟିମ୍ ମେସିଙ୍କୁ ଦେଇଥିଲେ ଗାର୍ଡ ଅଫ୍ ଅନର ।