ବଦଲା ନେଉଛି ଭାରତୀୟ ସେନା: ଏନକାଉଣ୍ଟରରେ ଟପ୍‌ ଆତଙ୍କୀ କମାଣ୍ଡର ନିହତ

Published By : Prameya-News7 Bureau | April 25, 2025 IST

News7

ନୂଆଦିଲ୍ଲୀ: ପହଲଗାମ୍ ହମ୍‌ଲା ପରେ ଆତଙ୍କୀଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ସେନା ପକ୍ଷରୁ ଚାଲିଛି ଜୋରଦାର ଅପରେସନ। ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଗୁଳିବିନିମୟ ପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। 

ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଯେତେବେଳେ ଦୁଇ ଜଣ ସୈନିକ ଆହତ ହୋଇଛନ୍ତି। ଲସ୍କର-ଏ-ତୈବା ସଂଗଠନର ଜଣେ ଟପ୍‌ କମାଣ୍ଡର ନିହତ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଲସ୍କର ଆତଙ୍କବାଦୀ ଅଲତାଫ ଲାଲିକୁ ନିପାତ କରିଛନ୍ତି।

ଶୁକ୍ରବାର ସକାଳରୁ ବାନ୍ଦିପୋରାରେ ଏନକାଉଣ୍ଟର ଚାଲିଛି। ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେଠାରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। 

ଏହା ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚତୁର୍ଥ ଏନକାଉଣ୍ଟର। ପୂର୍ବରୁ ଏନକାଉଣ୍ଟରରେ ଜଣେ ସେନା ହାବିଲଦାର ସହିଦ ହୋଇଥିଲେ। ଗତକାଲି ବାନ୍ଦିପୋରା ପୋଲିସ ଲସ୍କର-ଏ-ତୈବାର ଚାରି ଜଣ ଓଭର ଗ୍ରାଉଣ୍ଡ ୱାର୍କର(OGW)ଙ୍କୁ ଗିରଫ କରିଥିଲା। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏହି ଅପରେସନ୍ କରାଯାଉଛି।

  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.