ଜାପାନ ଅଭିମୁଖେ ଉତ୍ତର କୋରିଆର ମିସାଇଲ, ଜାରି ହେଲା ଏମରଜେନ୍ସି

NEWS7
rahul-gandhi-to-visit-jk-today-days-after-terror-attack-in-pahalgam

ଟୋକିଓ, ୦୪/୦୧ : ସାମରିକ ଶକ୍ତି ବଢାଉଛି ଉତ୍ତର କୋରିଆ । ରବିବାର ଜାପାନ ନିକଟବର୍ତ୍ତୀ ଅଞ୍ଚଳରେ ଉତ୍ତର କୋରିଆ ଦୁଇଟି ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ନେଇ ଏମରଜେନ୍ସି ବା ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।

ଜାପାନ ଟାଇମ୍ସ କହିଛି ଯେ, ଉତ୍ତର କୋରିଆ ଜାପାନକୁ ଲକ୍ଷ୍ୟ କରି ଦୁଇଟି ମିସାଇଲ ପରୀକ୍ଷଣ କରିଛି । ଦୁଇଟି ମିସାଇଲ ଜାପାନର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ବାହାରେ ପଡିଥିଲେ । ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଉପକୂଳରୁ ୨୦୦ ନୋଟିକାଲ୍ ମାଇଲ୍ ବା ୩୭୦ କିଲୋମିଟର ମଧ୍ୟରେ ଅବସ୍ଥିତ । ତେବେ ଏହି ମିସାଇଲ ଜାପାନ ସାଗରରେ ପଡିଥିବା ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜୋରୋ କୋଇଜୁମି କହିଛନ୍ତି ।

କୋଇଜୁମି ଆହୁରି କହିଛନ୍ତି ଯେ, ଉତ୍ତର କୋରିଆ ବାରମ୍ବାର ମିସାଇଲ ପରୀକ୍ଷଣ କରୁଛି । ଏହି କାର୍ଯ୍ୟାନୁଷ୍ଠାନ ସମୁଦ୍ରକୁ ଅଶାନ୍ତ କରୁଛି । ଏହା ଅନ୍ତରାଷ୍ଟ୍ରୀୟ ସମୁଦାୟ ପାଇଁ ମଧ୍ୟ ବିପଦ । ଯେଉଁ ମିସାଇଲ ପରୀକ୍ଷଣ କରାଯାଇଥିଲା ତାହାର ଲକ୍ଷ୍ୟଭେଦୀ କ୍ଷମତା ୯୫୦ କିଲୋମିଟର । ଅର୍ଥାତ ଦକ୍ଷିଣ ଜାପାନର ଏକ ବଡ ଅଂଶ କୋରିଆ ମିସାଇଲ ଅଧିନରେ ଆସିଯିବ । ଏଠାରେ ଆମେରିକା ଏବଂ ଜାପାନର ଅନେକ ସୈନ୍ୟ ଆଡ୍ଡା ରହିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା କିମ୍ ଜଙ୍ଗ୍ ଉନ୍ ନିରବ ରହିଥିଲେ । ଏବେ ପୁଣି ନିଜ ଅସ୍ତ୍ରର ପରୀକ୍ଷଣ କରୁଛନ୍ତି । ମିସାଇଲର ଟେଷ୍ଟିଂ କରୁଛନ୍ତି । ଆମେରିକା ପକ୍ଷରୁ ବଢୁଥିବା ଯୁଦ୍ଧ ଆଶଙ୍କାକୁ ନଜରରେ ରଖି କିମ୍ ଏବେ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରୁଥିବା କୁହାଯାଉଛି ।