ମାଲକାନଗିରି ୨୩।୦୯ : ପ୍ରବଳ ବର୍ଷାର ହାଲ ବେହାଲ୍। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ମାଙ୍କଡ଼ଝୋଲା ଝରଣା ନିକଟରେ ଭୂସ୍ଖଳନ ହୋଇଛି । ଯାହାଫଳରେ ଉକ୍ତ ରାସ୍ତାରେ ବଡ଼ ବଡ଼ ପଥରଖଣ୍ଡ ପଡିଛି । ପିଚୁ  ରାସ୍ତାର ଅତଡା ଖସି ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପ୍ରବଳ ବର୍ଷା ହେବାଦ୍ବାରା ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ପଞ୍ଚାୟତ ବଣ୍ଡାଘାଟି ମାଙ୍କଡ଼ଝୋଲା ଝରଣାରେ ପ୍ରବଳ ବେଗରେ ପାଣି ପ୍ରଭାବିତ ହୋଇଛି। ଏହି ପାଣି ସ୍ରୋତରେ ଭୂସ୍ଖଳନ ହୋଇଛି। ମାଙ୍କଡ଼ ଝୋଲା ଠାରୁ ମୁଦୁଲିପଡା ବଣ୍ଡାଘାଟିକୁ ଯାଇଥିବା ମୁଖ୍ୟ ରାସ୍ତାରୁ ଅତଡା ଖସି ବଣ୍ଡାଘାଟିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।  ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ଖଇରପୁଟ ବିଡିଓ ଉମାଶଙ୍କର କୋୟା ,ତହସିଲଦାର ବ୍ରଜ ବିହାରୀ ପ୍ରଧାନ ଓ ଆର ଏଣ୍ଡ ବି ବିଭାଗ ଯନ୍ତ୍ରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଧିକ ବର୍ଷା ହେଲେ ଏହି ସ୍ଥାନରେ ମାଟି ଓ ପଥର ଅତଡା ଖସିବା ସହ ଭୂସ୍ଖଳନ ହୋଇଥାଏ। ବଣ୍ଡାଘାଟି ରାସ୍ତାରେ ମଜଭୁତ ଗାଡ଼ୱାଲ ସହିତ ମାଙ୍କଡ଼ ଝୋଲା ଝରଣା ନିକଟରେ ଏକ ଉଚ୍ଚାପୋଲ ନିର୍ମାଣ କରାଗଲେ ଏପରି ଘଟଣା  ଘଟିବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି ।