ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଛି ଘମାଘୋଟ ଲଢେଇ। ଏହି ସମୟରେ ଆମେରିକାର ତିନୋଟି ଲଢୁଆ ବିମାନ ହମଲାର ଶିକାର ହୋଇଛି। ପ୍ରଥମେ ଖବର ଆସିଥିଲା ଯେ, ଇରାନ ଏହି ତିନୋଟି ଲଢୁଆ ବିମାନକୁ ମାରି ଖସାଇ ଦେଇଛି। ହେଲେ ଘଟଣା ଓଲଟା ଘଟିଛି। କୁଏତ ହିଁ ଭୁଲବଶତଃ ଆମେରିକାର ତିନୋଟି ଯୁଦ୍ଧ ବିମାନ ମାରି ଖସାଇଛି। ୟୁଏସ ସେଣ୍ଟ୍ରାଲ କମାଣ୍ଡ ଅନୁସାରେ, ସମସ୍ତ ୬ ଏୟାରକ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ବାହାରିବାରେ ସଫଳ ହୋଇଛନ୍ତି।

ସେମାନଙ୍କୁ ବଞ୍ଚାଇ ନିଆଯାଇଛି ଏବଂ ସେମାନଙ୍କର ଅବସ୍ଥା ସ୍ଥିର ରହିଛି। ଇରାନ ବିପକ୍ଷରେ ଚାଲିଥିବା ଅପରେସନ ସମୟରେ କୁଏତର ଏୟାର ଡିଫେନ୍ସ ସିଷ୍ଟମ ଏହି ବିମାନଗୁଡ଼ିକୁ ଚିହ୍ନଟ କରି ପାରି ନ ଥିଲା ଏବଂ ଶତ୍ରୁ ଦେଶର ବୋଲି ଭାବି ନେଇଥିଲା। ଆଉ କୁଏତ ଏହି ଘଟଣାକୁ ସ୍ଵୀକାର କରିଛି। ଆମେରିକା ସେନା କୁଏତର ପ୍ରତିରକ୍ଷା ବଳର ସହଯୋଗକୁ ପ୍ରଶଂସା କରିଛି।

Also read: ଇରାନର ପାଲଟା ଜବାବ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମିସାଇଲ୍ ମାଡ଼

ରିପୋର୍ଟ ମୁତାବକ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ମାର୍ଚ୍ଚ ୨ ତାରିଖ ସକାଳେ ଘଟିଛି। ଯେତେବେଳେ ଆମେରିକୀୟ ଏଫ-୧୫ଇ ବିମାନ ଇରାନ ଉପରେ ହମଲା ପାଇଁ ସହାୟତା କରୁଥିଲା। ଏହି ସମୟରେ ଇରାନ ବିମାନ, ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ଆଟାକ୍ ହେଉଥିଲା। ବାୟୁ କ୍ଷେତ୍ରରେ ସ୍ଥିତି ସଙ୍ଗୀନ ଥିଲା। କୁଏତ ଏୟାର ଡିଫେନ୍ସ ସିଷ୍ଟମ ଆମେରିକା ବିମାନକୁ ଭୁଲବଶତଃ ବିପଦ ଭାବେ ଚିହ୍ନଟ କରିଥିଲା ଏବଂ ମାରି ତଳେ ଖସାଇ ଦେଇଥିଲା।

ମଧ୍ୟପ୍ରାଚ୍ୟ ଦେଶ ଉପରେ ମିସାଇଲ ଓ ଡ୍ରୋନ ହମଲା

ଅପରେସନ ଏପିଟ କ୍ୟୁରି ଆମେରିକା ଓ ଇସ୍ରାଏଲର ଯୁଗ୍ମ କାର୍ଯ୍ୟାନୁଷ୍ଠାନରେ ଇରାନର ସୈନ୍ୟ ଆଡ୍ଡା, ନୌସେନା ଓ IRGC ମୁଖ୍ୟାଳୟ ଉପରେ ଏକ ହଜାରରୁ ଅଧିକ ହମଲା କରି ସାରିଛି। ପ୍ରତି ଜବାବରେ ଇରାନ କୁଏତ ସହିତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ ହମଲା କରିଛି। ଏଥିରେ ଆଞ୍ଚଳିକ ଉତ୍ତେଜନା ଚରମରେ ପହଞ୍ଚିଛି।

Also read: ଇରାନ୍ ଆକ୍ରମଣକୁ ସମର୍ଥନ କରୁନାହାନ୍ତି ୭୦%ରୁ ଅଧିକ ଆମେରିକୀୟ, ଭୁଲ୍ ନିଷ୍ପତ୍ତି ନେଇଗଲେ କି ଟ୍ରମ୍ପ ?

ଯୁଦ୍ଧର ଦ୍ଵିତୀୟ ଦିନରେ ଇରାନ କୁଏତ ଉପରେ ଏକ ବଡ଼ ଆକ୍ରମଣ କରିଛି। ଇରାନ ପ୍ରଥମେ କୁଏତରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ ଏହାର ଘାଟି ଉପରେ ଆକ୍ରମଣ କରିଥିଲା। ଏହି ସମୟରେ, ଇରାନ କୁଏତରେ ତିନୋଟି ଆମେରିକୀୟ ଏଫ-୧୫ ବିମାନକୁ ଖସାଇ ଦେଇଥିବା ମଧ୍ୟ ଦାବି କରିଥିଲା। ପ୍ରତ୍ୟେକ F-15 ର ମୂଲ୍ୟ ପ୍ରାୟ ପ୍ରାୟ ୮୧୩ କୋଟି ଟଙ୍କା)।

ସୋମବାର, ଇରାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆମେରିକା ଏହାର F-15E ସକ୍ରିୟ କରିଥିଲା। ଇରାନର ମୁକାବିଲା ପାଇଁ ଆମେରିକା ମଧ୍ୟପ୍ରାଚ୍ୟରେ ୫୦ ରୁ ଅଧିକ ଯୁଦ୍ଧ ବିମାନ ମୁତୟନ କରିଛି। ଏହି ସମୟରେ, ଇରାନ ଡ୍ରୋନ ବ୍ୟବହାର କରି ଯୁଦ୍ଧ ଲଢ଼ୁଛି।