LIVE TV

କୁମାର ସାନୁଙ୍କ ପୂର୍ବତନ ପତ୍ନୀଙ୍କ ଆଶ୍ଚର୍ଯ୍ୟଜନକ ଅଭିଯୋଗ : ପ୍ରେଗ୍ନେନ୍ସିରେ ଉପାସରେ ରହି ଥିଲେ, ୱାକ୍ସିଂ କରିବାକୁ ବି ଅନୁମତି ନଥିଲା

NEWS7
singer kumar sanu's ex-wife rita

ମୁମ୍ୱାଇ – କୁମାର ସାନୁଙ୍କ ବ୍ୟକ୍ତିଗତ ଜୀବନ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ତାଙ୍କ ସହ ରିଲେସନଶିପ୍‌ରେ ଥିବା କୁନିକା ସଦାନନ୍ଦ ବିଗ୍‌ ବସ୍‌ରେ ଅଛନ୍ତି। ଏବେ କୁମାର ସାନୁଙ୍କ ଏକ୍ସ ୱାଇଫ୍‌ ରୀତା ଭଟ୍ଟାଚାର୍ଯ୍ୟ ତାଙ୍କ ବିଷୟରେ ଖୁବ୍‌ ଆଶ୍ଚର୍ଯ୍ୟକର କଥା କହିଛନ୍ତି। ରୀତାଙ୍କ କହିବାନୁସାରେ , ଶ୍ୱଶୂର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉ ଥିଲେ। ତାଙ୍କୁ ବାହାରକୁ ଯିବାକୁ ମଧ୍ୟ ମନା ଥିଲା। କୁମାର ସାନୁଙ୍କୁ ପ୍ରସିଦ୍ଧ ହେବାରେ ସେ ତାଙ୍କୁ ସାହାଯ୍ୟ କରି ଥିଲେ ଏବଂ ସେ ଫିଲ୍ମ ଆଶିକୀରୁ ସଫଳତା ପାଇବା ପରେ ଧିରେ ଧିରେ ବଦଳି ଯାଇ ଥିଲେ।

ଫିଲ୍ମ ୱିଣ୍ଡୋ ସହ କଥାବାର୍ତ୍ତା ବେଳେ ରୀତା କହିଛନ୍ତି – ଏହା ସତ ସେ ଜଣେ ମହାନ ସିଙ୍ଗର , କିନ୍ତୁ ମଣିଷ ଭାବେ ତାଙ୍କ ବିଷୟରେ ଯେତେ କମ୍‌ କଥା କହିବା ସେତେ ଭଲ। ସେ କେବେ ବି ମହତ୍ତ୍ୱାକାଂକ୍ଷୀ ନଥିଲେ। ମୋର ସ୍ୱପ୍ନ ଥିଲା କି ସେ ସିଙ୍ଗର ହୁଅନ୍ତୁ, ମୁଁ ତାଙ୍କୁ ଜୋର ଦେଇ କହୁ ଥିଲି। ମୁଁ କୁମାର ସାନୁଙ୍କୁ କୁମାର ସାନୁ ହେବାର ସାହାଯ୍ୟ କରି ଥିଲି। ରୀତା କହିଛନ୍ତି- କୁମାର ସାନୁ ଟିକିଏ ବି ପରିଶ୍ରମୀ ନଥିଲେ । ଗୋଟିଏ ପ୍ରତିଶତ ତାଙ୍କର ସିଙ୍ଗଙ୍ଗ୍‌ ଟାଲେଣ୍ଟ ଥିଲା ଏବଂ ୯୯ ପ୍ରତିଶତ ସେ କୁମାର ସାନୁଙ୍କୁ ମୋଟିଭେଟ୍‌ କରି ଥିଲେ।

ରୀତା ତାଙ୍କ ନିଜର ସଂଘର୍ଷର ଦିନକୁ ମନେ ପକାଇ କହିଛନ୍ତି - ଆମେ ଯେତେବେଳେ ମୁମ୍ୱାଇ ଆସିଥିଲୁ , ଆମେ ପାଖରେ ଟଙ୍କା କି ଗାଡ଼ି କିଛି ନଥିଲା। ପୂରା ଜିରୋ ଥିଲା। ସେହି ସମୟରେ ସେ କୁମାର ସାନୁ ଲୁଙ୍ଗି ପିନ୍ଧୁ ଥିଲେ। ସେ ସବୁବେଳେ ମିଛ କହୁଥିଲେ କି, ତାଙ୍କ ପରିବାର ଲୋକେ ତାଙ୍କୁ ମୁମ୍ୱାଇ ପଠାଇ ଥିଲେ। ଯଦି ସେ ଉତ୍ତର ନଦେବାକୁ ଚାହାନ୍ତି ତ ସେହି କଥାର ଉତ୍ତର ନଦିଅ , ମିଛ କାହିଁକି କହିବ ?   ପୂରା ଦିନ ମିଛ ଖାଲି କହୁଥିଲେ। ଏଥିପାଇଁ ମୋର ତିନି ଜଣ ପିଲା କହିଲେ କି ବହୁତ ହୋଇଗଲା , ଏବେ ତୁମକୁ କହିବା ଉଚିତ୍‌। ମୁଁ ତାଙ୍କୁ ବମ୍ୱେରେ ଜବରଦସ୍ତି କରି ସଂଘର୍ଷ କରିବାକୁ କହିଥିଲି। ଆମେ ଚଟାଣରେ ବିନା ଫ୍ୟାନ୍‌ରେ ଶୋଉ ଥିଲୁ। ରୀତା କୁହନ୍ତି ,ସେମାନେ ଭୂଇଁରେ ଶୋଉ ଥିଲେ,  ଗରମ ନଲାଗିବା ପାଇଁ ସେ ଶେଯରେ ପାଣି ଢାଳି ଦେଇ ଥିଲେ।

ରୀତା କହିଛନ୍ତି , ଫିଲ୍ମ ଆଶିକୀର ସଫଳତା ପରେ, ସେ ବହୁତ ଅର୍ଥ ରୋଜଗାର କଲେ ଏବଂ ସେବେଠାରୁ ବଦଳିବାକୁ ଲାଗିଲେ। ସେ ବହୁତ ଖରାପ ହୋଇ ଯାଇଥିଲେ। ଏମିତି ପୂର୍ବରୁ ନଥିଲେ। କୁମାର ସାନୁ ତାଙ୍କୁ ଓ ପିଲାଙ୍କ ସହ କଥା ମଧ୍ୟ ହେଉ ନଥିଲେ, ଏମିତି କି ବଡ଼ ପୁଅ ଜିକୋର ବିବାହ ବେଳେ ବି ନୁହେଁ। ରୀତା କୁହନ୍ତି , ତାଙ୍କ ଲଭ୍‌ ଲାଇଫ୍‌ର ଆଲୋଚନା ପୁଣି ମିଡ଼ିଆରେ ହେଉଛି। ମୋର ବଡ଼ ପୁଅର ବିବାହ ହେଉଥିଲା ମୁଁ ସାନୁଙ୍କୁ ପୂର୍ବରୁ ବି କହିଥିଲି କିଛି କୁହ ଏବଂ ଏହି ସବୁ କଥାରେ ପୂର୍ଣ୍ଣଚ୍ଛେଦ ପକାଇ ଦିଅ।ତାଙ୍କ ଜୀବନର ପବ୍ଲିକ୍‌ରେ ନେଗେଟିଭ୍‌ ବା ପଜିଟିଭ୍‌ ଭଳି ମଧ୍ୟ କଥା ହେଲେ , ତାଙ୍କୁ ଭଲ ଲାଗେ। ସେହି ସମୟରେ ସେ ଜବାବ ଦେଲେ ନାହିଁ ଏବଂ ମୋତେ ଓ ଜାନ୍‌(ଆଉ ଜଣେ ପୁଅ)କୁ ବ୍ଲକ୍‌ କରି ଦେଲେ। ଏହା ଖୁବ୍‌ ଇନସଲ୍ଟ ଥିଲା।

ରୀତା କୁହନ୍ତି , ମୁଁ କେବେ ଭାବି ନଥିଲି ଆମେ ଅଲଗା ହେବା ଉଚିତ୍‌। ମୁଁ ଦୁଇ ପିଲାର ମାଆ ଥିଲି। ମୋ ସ୍ୱାମୀ ବହୁତ ସଫଳତା ପାଇ ଯାଇଥିଲେ। ମୁଁ ଘରୁ କେବେ ବାହାରି ପାରୁ ନଥିଲି। ମୋତେ ଅନୁମତି ନଥିଲା। ମୋତେ ପାର୍ଲର ଯାଇ ୱାକ୍ସିଂ କରିବାକୁ ଅନୁମତି ମଧ୍ୟ ନଥିଲା।

EXCLUSIVE: Kumar Sanu opens up about his separation with first wife Rita  Bhattacharya and his second marriage : Bollywood News - Bollywood Hungama

ଛାଡ଼ପତ୍ରକୁ ନେଇ ରୀତା କୁହନ୍ତି ,ଯେବେ ମୁଁ ଗର୍ଭବତୀ ଥିଲି ତ ପିତାଙ୍କୁ ହରାଇ ଦେଇ ଥିଲି। ନିର୍ଯାତନାର ସୀମା ଅତିକ୍ରମ କରି ସାରି ଥିଲା। ସେ ମୋତେ ଗର୍ଭବତୀ ଥିବା ବେଳେ ନିଷ୍ଠୁର ଅଭିଯୋଗ କରି କୋର୍ଟ ନେଇଗଲେ। ସେହି ସମୟରେ ବି ତାଙ୍କର ଆଫେୟାର ଥିଲା, ଯାହା ଏବେ ସାମ୍ନାକୁ ଆସିଛି। ସେ ମୋତେ କୋର୍ଟ ନେଇଗଲେ , ସେହି ସମୟରେ ମୁଁ ଅଳ୍ପ ବୟସର ଥିଲି। ମୋତେ ଏମିତି ଲାଗିଲା କି ମୋ ଦୁନିଆ ଉଜୁଡ଼ି ଗଲା।

ରୀତା କୁହନ୍ତି , ମୁଁ ସାନୁଙ୍କୁ କେତେ ସାମ୍ନା ସାମ୍ନି ପଚାରି ବି ପାରିନି ଯେ, ଛାଡ଼ପତ୍ରର କାରଣ କଣ ଥିଲା। ମରିବା ପୂର୍ବରୁ ମୁଁ ତାଙ୍କୁ ଥରେ ସାମ୍ନାରେ କାରଣ ପଚାରିବାକୁ ଚାହୁଁଛି। ଜାନ୍ ମୋ ଗର୍ଭରେ ଥିଲା। ଖାଇବାକୁ ବି ମିଳୁ ନଥିଲା। ଥରେ ସେହି ଲୋକମାନେ (ଶ୍ୱଶୂର ଘର ଲୋକେ) ରୋଷେଇ ଘରର ଜିନିଷରେ ତାଲା ପକାଇ ଦେଇ ଥିଲେ। ମୁଁ ୱାଚମ୍ୟାନଙ୍କୁ ପଠାଇ କିଲେ ଚାଉଳ ଆଣିଲି , ନିଜ ପାଇଁ ରୋଷେଇ କଲି। ସେହି ଲୋକେ ପିଲାକୁ କ୍ଷୀର ଦେବାକୁ ମଧ୍ୟ ବନ୍ଦ କରି ଦେଇ ଥିଲେ। ତାଙ୍କୁ ମଣିଷ କହିବା ଭୁଲ ହେବ।