ବଲାଙ୍ଗୀର ୩୦।୦୯ : ବହୁ ଚର୍ଚ୍ଚିତ ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ଘଟଣା । ମାଷ୍ଟର ମାଇଣ୍ଡ କ୍ଷୀତିଶ ସାହୁଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ଜେରା କରୁଛି ପୋଲିସ । ଅଭିଯୁକ୍ତକୁ ପୋଲିସକୁ ପୋଲିସ ଜେରା କରୁଥିବା ବେଳେ ଆଜି ସରୁଛି ରିମାଣ୍ଡ ଅବଧି । ପୁଇଁତଳା ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି।

 ଖବର ଅନୁଯାୟୀ, ଏହି ରିମାଣ୍ଡ ଅବଧିରେ କ୍ଷୀତିଶ ପୋଲିସକୁ ଅନେକ ପ୍ରଶ୍ନର ଉତ୍ତର ଦେଇଛି । ହେଲେ ସେହି ସମାନ ଉତ୍ତର। ପ୍ରଥମେ ଯାହା ତାହାକୁ ପଚରା ଯାଇଥିଲା କାହିଁକି ଗୁଣ୍ଡାଙ୍କୁ ଅପହରଣ କରିଥିଲା ? ତାହାର ଉତ୍ତରରେ କ୍ଷୀତିଶ କହିଥିଲା କି ହନୁମାନ ଟଙ୍କା ପାଇଁ କ୍ଷୀତିଶ ଗୁଣ୍ଡା ସାହୁକୁ ୨ କୋଟି ୭୦ ଲକ୍ଷ ଦେଇଥିଲା। ହେଲେ ସେହି ଟଙ୍କା ନ ଫେରାଇବାରୁ ସେ ଅପହରଣ କରି ଟଙ୍କା ଡିଲ କରିବା କଥା କହିଥିଲା । ରିମାଣ୍ଡ ସମୟରେ ମଧ୍ୟ ଏହି କଥା ଦୋହରାଇ ଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Also Read:-ସେନା ଗୁଳିରେ ଲଶ୍କର କମାଣ୍ଡର ନିପାତ : ଲୁଚିଛନ୍ତି ଆହୁରି ଆତଙ୍କବାଦୀ

ସେପଟେ ଏବେବି ଅନ୍ୟ ୬ ଜଣ ସହଯୋଗୀ ଫେରାର  ରହିଛନ୍ତି । ଯେଉଁମାନେ କି ରାଜ୍ୟ ବାହାରକୁ ଯାଇଥିବା ସନ୍ଦେହ କରୁଛି ପୋଲିସ । ଅନ୍ୟପଟେ ଅପହରଣ ସମୟରେ ଗୁଣ୍ଡା ସାହୁଙ୍କ ମୋବାଇଲ କ୍ଷୀତିଶ ପାଖରେ ଥିବା ବେଳେ ତାହା ମଧ୍ୟ ମିଳିନାହିଁ। ଯାହାକୁ ନେଇ ସନ୍ଦେହ କରି ଜେରା କରିଛି ପୋଲିସ। ମୋବାଇଲ ମିଳିଲେ ବହୁ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି ଆଶା କରାଯାଉଛି । ଫେରାର ଅଭିଯୁକ୍ତଙ୍କ ପାଖରେ ମୋବାଇଲ ଥିବା ସନ୍ଦେହ କରୁଛି ପୋଲିସ। ତେବେ ଏହି ରିମାଣ୍ଡରେ ପୋଲିସକୁ କୌଣସି ସୁଫଳ ମିଳିନଥିବା ଆଶା କରାଯାଉଛି ।